Home Breaking ୧୧କେଭି ବିଦ୍ୟୁତ୍ ତାର ସଂଷ୍ପର୍ସରେ ଆସି ୧୦ ଜଣ ମୃତ୍ୟୁ ଘଟଣାରେ ସାଉଥ୍କୋର ଦୁଇ...

୧୧କେଭି ବିଦ୍ୟୁତ୍ ତାର ସଂଷ୍ପର୍ସରେ ଆସି ୧୦ ଜଣ ମୃତ୍ୟୁ ଘଟଣାରେ ସାଉଥ୍କୋର ଦୁଇ ପ୍ରମୁଖ ଅଧିକାରୀଙ୍କ ବିରୁଦ୍ଧରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିପିଆଇଏମ୍ ପକ୍ଷରୁ ଦାବି ।

YouTube video

ବ୍ରହ୍ମପୁର : ମେଣ୍ଡରାଜପୁର ବିଦ୍ୟୁତ୍ ଦୁର୍ଘଟଣାରେ ମୃତାହତ ଘଟଣାରେ ସାଉଥ୍କୋର ଦୁଇ ପ୍ରମୁଖ ଅଧିକାରୀଙ୍କ ବିରୁଦ୍ଧରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରି ସିପିଆଇଏମ୍ ପକ୍ଷରୁ ଏକ ରିପୋର୍ଟ ଦିଆଯାଇଛି । ସୋମବାର ସିପିଆଇଏମ୍ ଓଡ଼ିଶା ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟନାୟକ ବୈଦ୍ୟନାଥପୁର ଥାନାରେ ଏକ ଲିଖିତ ଅଭିଯୋଗ କରି ମେଣ୍ଡରାଜପୁର ଘଟଣା ନେଇ ପୂର୍ବରୁ ସତର୍କ କରିଦିଆଯାଇଥିଲା । ଏହା ସତ୍ୱେ ଦୀର୍ଘ ଦଶ ବର୍ଷ ଧରି ଏନେଇ ସାଉଥ୍କୋ ଓ ରାଜ୍ୟ ସରକାରଙ୍କ ଶକ୍ତି ବଭାଗ ପକ୍ଷରୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ତୁରନ୍ତ ସାଉଥ୍କୋ ଅଧିକୃତ ଅଧିକାରୀ ପ୍ରଦୀପ କୁମାର ସାହୁ ଓ ବୈଷୟିକ ଉଚ୍ଚ ଅଧିକାରୀ ପି.ଅରୁଣ କୁମାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଗିରଫ କରାଯାଉ ବୋଲି ଏଠାରେ ଦାବି କରାଯାଇଥିଲା ।