Home Breaking ମେଣ୍ଡ୍ରାଜପୁରଠାରେ ୧୧କେଭି ବିଦ୍ୟୁତ୍ ତାର ସଂଷ୍ପର୍ସରେ ଆସି ମୃତ୍ୟୁ ବରଣ ଘଟଣାର ଦୋଷୀ କର୍ମଚାରୀଙ୍କ ବିରୋଧରେ...

ମେଣ୍ଡ୍ରାଜପୁରଠାରେ ୧୧କେଭି ବିଦ୍ୟୁତ୍ ତାର ସଂଷ୍ପର୍ସରେ ଆସି ମୃତ୍ୟୁ ବରଣ ଘଟଣାର ଦୋଷୀ କର୍ମଚାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ଗଂଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦାବି

YouTube video

ବ୍ରହ୍ମପୁର : ମେଣ୍ଡ୍ରାଜପୁରଠାରେ ୧୧କେଭି ବିଦ୍ୟୁତ୍ ତାର ସଂଷ୍ପର୍ସରେ ଆସି ମୃତ୍ୟୁ ବରଣ ଘଟଣାର ତଦନ୍ତ କରି ଅବହେଳା କରିଥିବା ଦୋଷୀ କର୍ମଚାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ଗଂଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦାବି କରଯାଇଛି । ଏହି ଦାବିନେଇ ମଂଗଳବାର କମିଟି ପକ୍ଷରୁ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ ଲିଖିତ ଆକାରରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଘଟଣାରେ ୧୦ଜଣ ଯାତ୍ରୀ ମୃତ୍ୟୁ ବରଣ କରିଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ଶିଶୁ, ୫ଜଣ ମହିଳା ଓ ୪ଜଣ ପୁରୁଷ ରହିଛନ୍ତି । ସେହିପରି ବହୁ ଯାତ୍ରୀ ଆହତ ହୋଇ ବଂଚିବା ପାଇଁ ସଂଘର୍ଷରତ ଅଛନ୍ତି । ବିଦ୍ୟୁତ୍ ବିଭାଗର ଖାମଖିଆଲ ନିତି ଏବଂ ବିଦ୍ୟୁତ୍ ନିୟମ ଅନୁଯାୟୀ ୧୧କେଭି ତାର ରାସ୍ତା ଉପରୁ ୬.୧ ମିଟର ଉଚ୍ଚରେ ରହିବା ଉଚିତ । କିନ୍ତ ଏହା ୩.୫ ମିଟର ଉଚ୍ଚରେ ଥିବାରୁ ଏହି ଘଟଣା ଘଟିଛି ବୋଲି ଏଠାରେ କଂଗ୍ରେସ ପକ୍ଷରୁ କୁହାଯିବା ସହ ସାଉଥ୍କୋ କର୍ମଚାରୀ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ଅବହେଳା ଯୋଗଁ ଏପରି ଘଟଣା ଘଟିଥିବା ଏଠାରେ ଅଭିଯୋଗ କରିଥିଲା । ଏହି ଅବସରରେ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ନଗର ସଭାପତି ପ୍ରମୋଦ ଜେନାଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ ।