ମେଣ୍ଡରାଜପୁର ବସ୍ ଦୁର୍ଘଟଣାର ଆହତ ୫ଜଣ ମହିଳାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମାଗଣା ଚିକିତ୍ସା ବ୍ୟବସ୍ଥା

YouTube video

ମେଣ୍ଡରାଜପୁର ବସ୍ ଦୁର୍ଘଟଣାର ଆହତମାନେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଡାକ୍ତରଖାନାରେ ୫ଜଣ ମହିଳା ଚିକିତ୍ସିତ ହେଉଥିବାବେଳେ ସେମାନଙ୍କୁ ଡାକ୍ତରଖାନା ପକ୍ଷରୁ ମାଗଣା ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିପିଏମ୍ ରାଜ୍ୟ ସମ୍ପାଦକ ଅଳି କିଶୋର ପଟନାୟକ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପରିଦର୍ଶନ କରି ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଚିକିତ୍ସିତ ହେଉଥିବା ମହିଳାମାନଙ୍କ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିବା କୁହାଯାଇଛି ।