ବିଦ୍ୟୁତ୍ ଦୁର୍ଘଟଣାର ୯ ମୃତକଙ୍କ ଶବକୁ ଏକା ସମୟରେ ଡଂକଲପାଡ଼ୂ ଗ୍ରାମରେ ଦାହ, ଦୃଦୟ ବିଦାରକ ଶୋକାକୁଳ ପରିବେଶ ।

YouTube video

ମେଣ୍ଡରାଜପୁର ଗ୍ରାମ ନିକଟରେ ଘଟିଥିବା ବିଦ୍ୟୁତ୍ ଦୁର୍ଘଟଣାର ୯ ମୃତକଙ୍କ ଶବକୁ ରବିବାର ରାତିରେ ଏକା ସମୟରେ ଡଂକଲପାଡ଼ୂ ଗ୍ରାମରେ ଦାହ କରାଯାଇଥିଲା । ଏହି ଘଟଣା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମୃତକଙ୍କ ଶବ ବ୍ୟବଛେଦ ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ସମସ୍ତ ଶବ ଗ୍ରାମରେ ପହଂଚିବା ପରେ ଶ୍ମଶାସନକୁ ନିଆଯାଇଥିଲା । ଏକା ସାଂଗରେ ୮ଜଣଙ୍କ ଜୁଇ ଓ ଅନ୍ୟ ଜଣଙ୍କ ଶବ ଅନ୍ୟ ଏକ ଗ୍ରାମରେ ଜଳାଯାଇ ସକ୍ରାର କରାଯାଇଥିଲା । ଏହି ସମୟରେ ଶ୍ମସାନରେ ମୃତ ପରିବାରର ସମ୍ପର୍କୀୟଙ୍କ କାନ୍ଦ ବୋବାଳି ଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରି ଘଟଣା ପରେ ଡଂକଲପାଡ଼ୁ ଗ୍ରାମରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।