ମେଣ୍ଡ୍ରାଜପୁର ବିଦ୍ୟୁତ୍ ଦୁର୍ଘଟଣା ପାଇଁ ଶକ୍ତି ବିଭାଗର ୨ଜଣ ଯନ୍ତ୍ରୀ ଓ ଆର୍ଡି ବିଭାଗର ୨ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର ।

ମେଣ୍ଡ୍ରାଜପୁର ବିଦ୍ୟୁତ୍ ଦୁର୍ଘଟଣା ପାଇଁ ଶକ୍ତି ବିଭାଗର ୨ଜଣ ଯନ୍ତ୍ରୀ ଓ ଆର୍ଡି ବିଭାଗର ୨ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦେଶ ମନ୍ତ୍ରୀଙ୍କ ତରଫରୁ ଦିଆଯାଇଛି । ନିଲମ୍ବିତ ହୋଇଥିବା ଯନ୍ତ୍ରୀଙ୍କ ମଧ୍ୟରେ ଦେବାଶିଷ ନାୟକ, ବିଶ୍ୱରଂଜନ ମହାପାତ୍ର, ସ୍ୱରାଜ କୁମାର ପାଣିଗ୍ରାହୀ ଓ ପୁର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ରହିଥିବା ଜଣାଯାଇଛି ।