
ରଂଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ମେଣ୍ଡ୍ରାଜପୁର ଗ୍ରାମରେ ୧୧କେଭି ବିଦ୍ୟୁତ୍ ତାର ସଂଷ୍ପର୍ଷରେ ଆସି ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫ଲକ୍ଷ ଟଙ୍କା କ୍ଷତି ପୁରଣ ଦିଆଯାଉ ବୋଲି ଏସ୍ୟୁସିଆଇ ଗଂଜାମ ଜିଲ୍ଳା ପରିଚାଳନା କମିଟି ତରଫରୁ ଦାବି କରାଯାଇଛି । ଏଥିନେଇ ରବିବାର ୮ଦଫା ଦାବି ସମ୍ଭଳିତ ଏକ ସ୍ମାରକପତ୍ର ଆର୍ଡିସିଙ୍କ କାର୍ଯ୍ୟାଳୟ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା, ବିଦ୍ୟୁତ୍ ସଂସ୍ଥାର ଘରୋଇ କରଣ ବନ୍ଦ କରି ତୁରନ୍ତ ଏହାକୁ ସରକାର ନିଜ ହାତକୁ ନେବା, ବିପଦ ସଂକୁଳ ଅବସ୍ଥାରେ ଥିବା ସମସ୍ତ ବିଦ୍ୟୁତ୍ ତାର, ଖୁଣ୍ଟ ଏବଂ ସବ୍ଷ୍ଟେସନ୍ଗୁଡ଼ିକୁ ବିପଦମୁକ୍ତ ଅବସ୍ଥାକୁ ଅଣାଯିବା, ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବର୍ଣ୍ଣ ୟୁନିଟ ଖୋଲିବା, ଆବଶ୍ୟକୀୟ ଡାକ୍ତର, କର୍ମଚାରୀ ଓ ଯନ୍ତ୍ରପାତିର ବ୍ୟବସ୍ଥା କରିବା, ଗଂଜାମ ଜିଲ୍ଲାର ସମସ୍ତ ଡାକ୍ତରଖାନାର ଭିତ୍ତିଭୂମିର ବିକାଶ କରିବା ଏବଂ ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ଓ ବିଦ୍ୟୁତ୍ ବିଭ୍ରାଟ ବନ୍ଦି କରିବା ଆଦି ଦାବିନେଇ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ସୋମନାଥ ବେହେରା, କାର୍ତ୍ତିକ ଚନ୍ଦ୍ର ମହାନ୍ତି, ନିମାଇଁ ଚରଣ ସାହୁ, ଉଦ୍ଧବ ମହାଂକୁଡ଼, ତିରୁପତି ଦୋରା, ନାରାୟଣ ସାହୁ, ଶୁଭସ୍ମିତା ପାଣିଗ୍ରାହୀ, ବିଭୁତିଭୂଷଣ ମିଶ୍ର ଶର୍ମାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗଦେଇଥିଲେ ।






