
ବିଜୟ ବ୍ୟାଡମିଣ୍ଟନ୍ କ୍ଲବ୍ ତରଫରୁ ଆଂକୁଲିସ୍ଥିତ ଇଣ୍ଡୋର ହଲ୍ ପରିସରରେ ଗଂଜାମ ବ୍ୟାଡ୍ମିଣ୍ଟନ ଓପେନ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି । ଏଥିରେ ପୁରୁଷ ସିିନିୟର ବିଭାଗରେ ପ୍ରାୟ ୫୦ଜଣ ଖେଳାଳୀ ଯୋଗଦେଇଛନ୍ତି । ରବିବାର ଏଠାରେ କ୍ୱାର୍ଟର ଫାଇନାଲ୍ ଓ ସେମିଫାଇନାଲ୍ ମ୍ୟାଚ୍ ଆୟୋଜିତ ହୋଇଥିଲା । ଏଥିରେ ରେଫେରୀଭାବେ ଶିବ ପାଢ଼ୀ ଓ ଦିପକ ତିୱର୍ୱାଲା ସହଯୋଗ କରିଥିଲେ ।






