Home Crime ପୋଲିସ ମହାନିର୍ଦେଶକଙ୍କ ଦିନିକିଆ ବ୍ରହ୍ମପୁର ଗସ୍ତ, ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ନେଇ...

ପୋଲିସ ମହାନିର୍ଦେଶକଙ୍କ ଦିନିକିଆ ବ୍ରହ୍ମପୁର ଗସ୍ତ, ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ନେଇ ସମୀକ୍ଷା, ଯୋଗଦେଲେ ଦକ୍ଷିଣାଂଚଳ ରେଂଜର ସମସ୍ତ ଏସ୍ପି ଓ ଡିଆଇଜି ।

YouTube video

ବ୍ରହ୍ମପୁର : ପୋଲିସ ମହାନିର୍ଦେଶକ ଅଭୟ ଶନିବାର ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସି ଦକ୍ଷିଣାଂଚଳ ଡିଆଇଜିଙ୍କ ସମ୍ମିଳନୀ କକ୍ଷରେ ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ନେଇ ସମୀକ୍ଷା କରିଥିଲେ । ଏହି ଅବସରରେ ଦକ୍ଷିଣାଂଚଳ ରେଂଜର ସମସ୍ତ ଏସ୍ପି ଓ ଡିଆଇଜିଙ୍କୁ ନେଇ ବିଭିନ୍ନ ପ୍ରସଂଗ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ବୈଠକରେ ଅତିରିକ୍ତ ପୋଲିସ ଡିଜି ଆର୍.କେ ଶର୍ମା, ଭାରପ୍ରାପ୍ତ ଡିଆଇଜି ଜୟନାରାୟଣ ପଂକଜ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଗଂଜାମ ଏସ୍ପି ବ୍ରିଜେଶ କୁମାର ରାଏ ଓ ଗଜପତି ଏସ୍ପି ସାରା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଦକ୍ଷିଣାଂଚଳ ରେଂଜରେ ଥିବା ମାଓ ସମସ୍ୟା, ଆଇନ ଶୃଙ୍ଖଳା ପରିସ୍ଥିତିରେ କିପରି ସୁଧାର ଆସିବ ସେଥିନେଇ ମଧ୍ୟ ଏଠାରେ ଆଲୋଚନା କରାଯାଇଥିଲା ।