
ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦେଶକ୍ରମେ ଶନିବାର ଗଂଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ୨୦୨୦ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତ ବ୍ରହ୍ମପୁରଠାରେ ଥିବା ସମସ୍ତ କୋର୍ଟ ଗୁଡ଼ିକରେ ଅନୁଷ୍ଠିତ ହୋଇଥିଲା । ୫ଟି ବେଂଚ ମାଧ୍ୟମରେ ମୋଟ ୫୨ଟି ମୋଟରଯାନ ଦୁର୍ଘଟଣା ଜନିତ କ୍ଷତିପୁରଣ ମାମଲାର ସମାଧାନ କରାଯାଇ କ୍ଷତି ପୁରଣ ବାବଦକୁ ୧କୋଟି ୯୩ଲକ୍ଷ ୧୬ ହଜାର ଟଙ୍କା ଆଦେଶ ହୋଇଥିଲା । ଯେଉଁଥରେ ୪ଟି ଜେନେରାଲ୍ ଇନ୍ସ୍ୟୁରାନ୍ସ କମ୍ପାନୀ ଓ ଅନ୍ୟାନ୍ୟ ପ୍ରାଇଭେଟ ଇନ୍ସୁରାନ୍ସ କମ୍ପାନୀ ଭାଗ ନେଇଥିଲେ । ସେହିଭଳି ୪୫ଟି ପ୍ରିଲିଟିଗେସନ ମାମଲା ସମାଧାନ ହୋଇ ୪୧ଲକ୍ଷ ୨୬ହଜାର ୨୫୯ ଟଙ୍କା ଆଦେଶ ହୋଇଥିଲା । ୨୬୭ଗୋଟି ଫୌଜଦାରୀ ମକଦ୍ଧମା, ୪୧ଟି ଦେବାନୀ ମକଦ୍ଧମା ଓ ୨୦ଟି ପାରିବାରିକ ମକଦ୍ଧମା ଗୁଡ଼ିକର ଏଠାରେ ବିଚାର ହୋଇଥିଲା । ଏହି ସମସ୍ତ ମକଦ୍ଧମା ଗୁଡ଼ିକ ବିଚାରପତିମାନଙ୍କ ଦ୍ୱାରା ବିଚାର ହୋଇଥିଲା । ଜିଲ୍ଲା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ରାମ ଶଙ୍କର ହୋତାଙ୍କ ଅଧ୍ୟକ୍ଷତା, ପ୍ରାଧିକରଣ ସଚିବ ବିଜୟ କୁମାର ଦାସଙ୍କ ଦ୍ୱାରା ପରିଚାଳନାରେ ଏହି ଲୋକ ଅଦାଲତ ସମ୍ପାଦନ ହୋଇଥିଲା ।






