
ବ୍ରହ୍ମପୁର ଆଇଟିଆଇ ପରିସରରେ ବର୍ଯ୍ୟବସ୍ତୁଦ୍ୱାରା ନିର୍ମିତ ଏକ କଳାକୃତି ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଟାଟା ଏରୋସ୍ପେସ୍ର ସିଇଓ ଏମ୍.ମାସୁଦ୍ ହୁସିଆରୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଅଦରକାରୀ ସାମଗ୍ରୀରେ ପ୍ରସ୍ତୁତ ହୋଇଥିବା କଳାକୃତିଗୁଡ଼ିକ ପରିଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଏସ୍ଡିଏର ଚେୟାର୍ମେନ୍ ସୁବ୍ରତ ବାଗ୍ଚୀ, ଏସ୍ଡିଟିଇ ବିଭାଗର ସଚିବ ସଂଜୟ ସିଂ, ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହବ, କମିଶନର ଚକ୍ରବର୍ତ୍ତି ସିଂ ରାଠୋର, ଡିଟିଇଟିର ଅଧ୍ୟକ୍ଷ ରଘୁ ଜି ଓ ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ ।






