
ବ୍ରହ୍ମପୁର ମହାନଗର ନିଗମ ସଭାଗୃହରେ ଶୁକ୍ରବାର ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଏକ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣିରେ ଯୋଗଦେଇ ବହୁ ଅଭିଯୋଗର ଶୁଣାଣି କରିଥିଲେ । ଏଥିରେ କମିଶନର ଚକ୍ରବର୍ତ୍ତି ସିଂ ରାଠୋରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଗାନ୍ଧିନଗର ଅଂଚଳର ରାସ୍ତା ସମସ୍ୟା ସହ ଅନ୍ୟାନ୍ୟ କିଛି ଅଂଚଳର ଭତ୍ତା ଏବଂ ଅନ୍ୟାନ୍ୟ ସମସ୍ୟା ନେଇ ଏଠାରେ ଶୁଣାଣି କରାଯାଇଥିଲା ।






