ଶିଳ୍ପାଂଚଳ ଓ ଲାଂଜିପଲ୍ଲୀ ଅଂଚଳକୁ ସିଟି ବସ୍ ଚଳାଇବା ଦାବିରେ ମାନବ ଅଧିକାର ସୁରକ୍ଷା ମଂଚ ତରଫରୁ ମହାନଗର ନିଗମ କମିଶନରଙ୍କୁ ଦାବିପତ୍ର ।

YouTube video

ଶିଳ୍ପାଂଚଳ ଓ ଲାଂଜିପଲ୍ଲୀ ଅଂଚଳକୁ ସିଟି ବସ୍ ଚଳାଇବା ଦାବିରେ ମାନବ ଅଧିକାର ସୁରକ୍ଷା ମଂଚ ତରଫରୁ ମହାନଗର ନିଗମ କଶିଳ୍ପାଂଚଳ ଓ ଲାଂଜିପଲ୍ଲୀ ଅଂଚଳକୁ ସିଟି ବସ୍ ଚଳାଇବା ଦାବିନେଇ ଶୁକ୍ରବାର ମାନବ ଅଧିକାର ସୁରକ୍ଷା ମଂଚ ତରଫରୁ ଏକ ଦାବିପତ୍ର ମହାନଗର ନିଗମ କମିଶନରଙ୍କୁ ପ୍ରଦାନ କରାଯାଇଥିଲା । ଆଂକୁଲି, ଶିଳ୍ପାଂଚଳ ଓ ଲାଂଜିପଲ୍ଲୀ ଆଦି ଅଂଚଳରେ ବସବାସ କରୁଥିବା ହଜାର ହଜାର ଅଧିବାସୀଙ୍କ ଯାତାୟତର ସୁବିଧା ପାଇଁ କୌଣସି ଯୋଜନା କରାଯାଇନାହିଁ । ତେଣୁ ଏହି ସବୁ ଅଂଚଳଦେଇ ସିଟି ବସ୍ ପ୍ରଚଳନ କରାଗଲେ ଅଂଚଳବାସୀ ଯାତାୟତରେ ସୁବିଧା ପାଇପାରିବେ ବୋଲି ଏଠାରେ ମଂଚ ତରଫରୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଥିଲା । ଏଥିରେ ସଂଯୋଜକ ଅବନୀ କୁମାର ଗୟା, ମହେଶ୍ୱର ବାଡ଼ତ୍ୟା, ପୁର୍ଣ୍ଣଚନ୍ଦ୍ର ମହାରଣାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।