Home Entertainment ସପ୍ତମ ମହାନଗର ମହୋତ୍ସବ ଉଦ୍ୟାପିତ, ଶେଷ ରଜନିରେ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ସମ୍ବର୍ଦ୍ଧିତ, ମନ...

ସପ୍ତମ ମହାନଗର ମହୋତ୍ସବ ଉଦ୍ୟାପିତ, ଶେଷ ରଜନିରେ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ସମ୍ବର୍ଦ୍ଧିତ, ମନ ମୋହିଲା ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଚିତାକର୍ଷକ ନୃତ୍ୟ ।

YouTube video

ବ୍ରହ୍ମପୁର : ଖଲିକୋଟ କଲେଜ ଖେଳ ପଡ଼ିଆରେ ଚାଲିଥିବା ସପ୍ତମ ମହାନଗର ମହୋତ୍ସବ ବୁଧବାର ସଂଧ୍ୟାରେ ଉଦ୍ୟାପିତ ହୋଇଯାଇଛି । ଦୀର୍ଘ ୧୦ଦିନ ଧରି ଚାଲିଥିବା ଏହି ମହୋତ୍ସବର ଶେଷ ରଜନୀରେ ଉଦ୍ଘାଟକଭାବେ ହାଇଟେକ ମେଡ଼ିକାଲ୍ର ପରିଚାଳନା ନିର୍ଦେଶକ ଡକ୍ଟର ତିରୁପତି ପାଣିଗ୍ରାହୀ ଯୋଗଦେଇଥିବାବେଳେ ମୁଖ୍ୟ ଅତିଥିଭାବେ କବିସୁର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସମ୍ମାନୀତ ଅତିଥିଭାବେ ଖଲିକୋଟ ବିଧାୟିକା ସୁର୍ଯ୍ୟମଣୀ ବୈଦ୍ୟ, ବିଜେପି ଗଂଜାମ ଜିଲ୍ଲା ସଭାପତି ବିଭୁତି ଜେନା, ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି, ମହାନ ସଂଘ ସଭାପତି ସୁଶାନ୍ତ ସାବତ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ, ଟ୍ରାଫିକ୍ ଡିଏସ୍ପି ସାର୍ଥକ ରାୟ, ଆଇନଜୀବୀ ନଗେନ୍ଦ୍ର ତ୍ରିପାଠୀ, ମୃତ୍ୟୁଂଜୟ ସାହୁ, ପିତାମ୍ବର ନାହାକ, ରଶ୍ମିତା ପାଣିଗ୍ରାହୀ, ଗୋପାଳକୃଷ୍ଣ ଡାକୁଆ, ପ୍ରଶାନ୍ତ ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ । ସଭାପତି ନାରାୟଣ ମହାଂକୁଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାକାର୍ଯ୍ୟରେ ମହାନଗର ମହୋତ୍ସବର ସମ୍ପାଦକ ଗୋପାଳ ପଟନାୟକ ସଂଯୋଜନା କରିଥିଲେ । ଶେଷରେ କୋଷାଧ୍ୟକ୍ଷ ପ୍ରଣୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କ୍ଷେତ୍ର ପ୍ରଚାର ଅଧିକାରୀ ମନ ମୋହନ ପାଢ଼ୀ, ପ୍ରଶାନ୍ତ ଦାସ, ଉମା ଶଙ୍କର ପାଣିଗ୍ରାହୀ, ଅଭିରାମ ପାତ୍ର, ଚିଂକୁ ପ୍ରତିନିଧି, ଶଙ୍କର ରଣା, ସତ୍ୟ ଚେତନ ପାଣିଗ୍ରାହୀ, ଗୁଲାମ ରସୁଲ, କାର୍ତ୍ତିକ ପାଣିଗ୍ରାହୀ, ସାକ୍ଷୀ ଦାସ, କାହ୍ନୁ ରାଉତ, କେ.ରବିନ୍ଦ୍ର କୁମାର ଦାସ, ଅସିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।