ନିର୍ମାଣ ଶ୍ରମିକଙ୍କ ପଂଜିକରଣ ସମେତ ୩ଦଫା ଦାବିରେ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ତରଫରୁ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।

ଛତ୍ରପୁର : ନିର୍ମାଣ ଶ୍ରମିକଙ୍କ ପଂଜିକରଣ ସମେତ ୩ଦଫା ଦାବିନେଇ ଗୁରୁବାର ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ତରଫରୁ ଛତ୍ରପୁରସ୍ଥିତ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ପଂଜିକରଣ କରି ପରିଚୟ ପତ୍ର ପ୍ରଦାନ କରିବା, ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରିବା ଏବଂ ଶ୍ରମିକ ଶୋଷଣ ବନ୍ଦ କରିବାପାଇଁ ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ଏଠାରେ ଏକ ଦାବିପତ୍ର ଶ୍ରମିକ ୟୁନିୟନ ତରଫରୁ ଛତ୍ରପୁର ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ଶଙ୍କର ସାହୁ, ପ୍ରମୋଦ କୁମାର ପ୍ରଧାନ, ସୁରଥ ସାହୁ, ପି.ପାର୍ବତୀଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗଦେଇଛନ୍ତି । ଦାବି ପୁରଣ ନହେବା ପର୍ଯ୍ୟନ୍ତ ଏପରି ଆନେ୍ଦାଳନ ଦିଆଯାଇଥିବାବେଳେ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ପଂଜିକରଣ କରି ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଶଙ୍କର ସାହୁ ସୁଚନା ଦେଇଛନ୍ତି ।