
ବ୍ରହ୍ମପୁର : ବର୍ଷାରେ ଭିଜି ଭିଜି ଟ୍ରାଫିକ୍ ଦାୟିତ୍ୱ ନିର୍ବାହ କରୁଥିବା ହୋମଗାର୍ଡ ଏସ୍.ଚନ୍ଦ୍ର ଶେଖରଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟପାଇଁ ଗୁରୁବାର ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସମ୍ବର୍ନ୍ଧିତ କରିଛନ୍ତି । ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ହୋମ୍ଗାର୍ଡ ଚନ୍ଦ୍ରଶେଖରଙ୍କୁ ଏଠାରେ ସମ୍ବର୍ନ୍ଧିତ କରାଯିବା ସହ ତାଙ୍କର ଏପରି କାର୍ଯ୍ୟର ଭୂୟସୀ ପ୍ରଶଂସା କରାଯାଇଥିଲା । ହୋମଗାର୍ଡ ଚନ୍ଦ୍ରଶେଖର ଏହା ପୂର୍ବରୁ ରାଜ୍ୟ ସ୍ତରୀୟ, ବ୍ରହ୍ମପୁର ଉପଖଣ୍ଡ ପୋଲିସ ସ୍ତରୀୟ ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ପୂର୍ବରୁ ଉଲେଖନୀୟ କାର୍ଯ୍ୟପାଇଁ ସମ୍ବର୍ନ୍ଧିତ ହୋଇଛନ୍ତି । ଚନ୍ଦ୍ରଶେଖରଙ୍କ ଏପରି ଗୁରୁଦାୟିତ୍ୱକୁ ସାଧାରଣରେ ପ୍ରଶଂସା କରାଯାଇଛି । ଟ୍ରାଫିକ୍ ଡିଏସ୍ପି ସାର୍ଥକ ରାୟ ଓ ଟ୍ରାଫିକ୍ ଥାନାଧିକାରୀ ସୁନୀଲ କୁମାର ବେହେରା ମଧ୍ୟ ଚନ୍ଦ୍ର ଶେଖରଙ୍କୁ ଶୁଭେଛା ଓ ଶୁଭ କାମନା ଜଣାଇବା ସହ ବ୍ରହ୍ମପୁରର ବହୁ ବାସିନ୍ଦା ଫେସ୍ବୁକ୍ ଓ ୱାଟସ ଅପ୍ ଜରିଆରେ ଶୁଭ କାମନା ଜଣାଇଛନ୍ତି ।









