
ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଁ ତାରାତାରଣୀଙ୍କ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାର ତତ୍ୱରତା ଦେଖାଇଛନ୍ତି । ଏଥିପାଇଁ ୨୩ କୋଟି ଟଙ୍କାର ଏକ ଡିପିଆର୍ ପ୍ରସ୍ତୁତ କରାଯାଇଛି । ଭୂବନେଶ୍ୱରରେ ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଂଗେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଭେଟି ଏହି ଡିପିଆର୍ ପ୍ରଦାନ କରିବା ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଏକ ସିଂହଦ୍ୱାର ନିର୍ମାଣ ସହ ଦୀପଦାନ ଗୃହ, ଯଜ୍ଞମଣ୍ଡପ, ଧ୍ୟାନଘର, ପାହାଚର ବିକାଶ ଆଦି ନିର୍ମାଣ ସମ୍ପର୍କରେ ଏପରି ଡିପିଆର୍ ପ୍ରସ୍ତୁତି କରାଯାଇଥିଲା । ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି । ସମସ୍ତ ପ୍ରକ୍ରୀୟାକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟ ସୁଦ୍ଧା ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।






