Home Breaking ଲୁଗା ବ୍ୟବସାୟୀ ଏଜେଣ୍ଟଙ୍କଠାରୁ ୫୦ ଲକ୍ଷ ଲୁଟ ଘଟଣାରେ ବଡ଼ବଜାର ଥାନା ପୋଲିସ ପକ୍ଷରୁ ୫ଜଣିଆ...

ଲୁଗା ବ୍ୟବସାୟୀ ଏଜେଣ୍ଟଙ୍କଠାରୁ ୫୦ ଲକ୍ଷ ଲୁଟ ଘଟଣାରେ ବଡ଼ବଜାର ଥାନା ପୋଲିସ ପକ୍ଷରୁ ୫ଜଣିଆ କୁଖ୍ୟାତ ଡକାୟତ ଗ୍ୟାଙ୍ଗ ଗିରଫ, ୩୬ଲକ୍ଷ ୭୭ ହଜାର ଟଙ୍କା ଜବତ ।

YouTube video

ବ୍ରହ୍ମପୁର : ବଡ଼ବଜାର ଥାନା ପୋଲିସ ପକ୍ଷରୁ ଏକ ୫ଜଣିଆ କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ କାବୁ କରାଯାଇଛି । ଏଥିନେଇ ଗୁରୁବାର ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୁଚନା ଦେଇଥିଲେ । ୫ଜଣଙ୍କ ମଧ୍ୟରେ ଲାଂଜିପଲ୍ଲୀ ଢୀପ ସାହିର ସୁନୀଲ ବିଶୋୟୀ, ରାମ ନଗର ତୃତୀୟ ଲାଇନର ମୂନା ମହାରଣା, ମଥୁରା ନଗରର ପ୍ରତୀକ ଦଳେଇ, ପାତ୍ରପୁର କଂକୋରଡ଼ା ଗ୍ରାମର ରାଜା ଚୌଧୁରୀ ଏବଂ ଭାବିନୀ ପୁରର ନିରଂଜନ ଗୌଡ଼ ରହିଛନ୍ତି । ସେମାନଙ୍କଠାରୁ ପୋଲିସ ନଗଦ ୩୬ଲକ୍ଷ ୭୭ ହଜାର ଟଙ୍କା, ୪୭ ହଜାର ଟଙ୍କା ଅଳଂକାର, ୭ଟି ମୋବାଇଲ୍ ଜବତ କରିଛି । ଏହି ଡକାୟତମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ସେମାନଙ୍କ ଜାମିନ ନାମଂଜୁର ହେବାରୁ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇଦିଆଯାଇଛି । ପ୍ରକାଶଥାଉକି ଗତ ମାସ ଏକ ଲୁଗା ବ୍ୟବସାୟୀ ଏଜେଣ୍ଟଙ୍କଠାରୁ ୫୦ ଲକ୍ଷ ଲୁଟ ଘଟଣାରେ ଏପରି ଗିରଫ କରାଯାଇଥିବା ଜଣାପଡିଛି ।