Home Entertainment ବ୍ରହ୍ମପୁର ମହାନଗର ମହୋତ୍ସବର ସପ୍ତମ ସଂଧ୍ୟାରେ ଟିମ କ୍ଳିନ ସିଟିକୁ ଉଲ୍ଲେଖନିୟ କାର୍ଯ୍ୟପାଇଁ ସମ୍ବର୍ନ୍ଧନା, ଓଡ଼ିଶାର...

ବ୍ରହ୍ମପୁର ମହାନଗର ମହୋତ୍ସବର ସପ୍ତମ ସଂଧ୍ୟାରେ ଟିମ କ୍ଳିନ ସିଟିକୁ ଉଲ୍ଲେଖନିୟ କାର୍ଯ୍ୟପାଇଁ ସମ୍ବର୍ନ୍ଧନା, ଓଡ଼ିଶାର ସୁନାମଧନ୍ୟ ଗାୟିକା ଦୀପ୍ତିରେଖାଙ୍କ ସଙ୍ଗିତରେ ଝୁମିଲେ ଦର୍ଶକ ।

YouTube video

ଖଲିକୋଟ କଲେଜ ଖେଳ ପଡ଼ିଆରେ ଚାଲିଥିବା ବ୍ରହ୍ମପୁର ମହାନଗର ମହୋତ୍ସବର ସପ୍ତମ ସଂଧ୍ୟାରେ ରବିବାର ମୁଖ୍ୟ ଅତିଥିରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମହୋତ୍ସବ କମିଟି ସମ୍ପାଦକ ଗୋପାଳ ପଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମହୋତ୍ସବ ସଭାପତି ନାରାୟଣ ମହାଂକୁଡ଼ ସଂଯୋଜନା କରିଥିଲେ । ସମ୍ମାନୀତ ଅତିଥିଭାବେ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରର ସହ ନିର୍ଦେଶକ ହୃଷିକେଶ ପାଣିଗ୍ରାହୀ, ଜେଲ୍ ଟ୍ରେନିଂ ସ୍କୁଲ ଅଧ୍ୟକ୍ଷା ସୁଦିପ୍ତା ପାଣିଗ୍ରାହୀ, ବରିଷ୍ଟ ସାମ୍ବାଦିକ ଜଗନ ମୋହନ ମହାପାତ୍ର, ଶକ୍ତିଧର ରାଜଗୁରୁ, ରାଧାଶ୍ୟାମ ଆଚାର୍ଯ୍ୟ, ଶିବରାମ ଚୌଧୁରୀ, ଚାମ୍ବର ଅଫ କମର୍ସର ସମ୍ପାଦକ ଭି.ସଂତୋଷ କୁମାର, ୟୁଟିଭି ନିଦେ୍ର୍ଧଶକ ଏସ୍.ନାଗେଶ୍ୱର ପୃଷ୍ଟି, ରଶ୍ମିତା ପାଣିଗ୍ରାହୀ, ଗୋପାଳକୃଷ୍ଣ ଡାକୁଆ, କୋଷାଧ୍ୟକ୍ଷ ପ୍ରଣୟ ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ଟିମ କ୍ଳିନ ସିଟିକୁ ଉଲ୍ଲେଖନିୟ କାର୍ଯ୍ୟପାଇଁ ସମ୍ବର୍ନ୍ଧିତ କରାଯାଇଥିଲା । ସେହିପରି ଏଠାରେ ମୁଖ୍ୟ ଆକର୍ଷଣ ଭାବେ ଓଡ଼ିଶାର ସୁନାମଧନ୍ୟ ଗାୟିକା ଦୀପ୍ତିରେଖା ପାଢ଼ୀ ଯୋଗଦେବା ସହ ତାଙ୍କୁ ଏଠାରେ ଅନୁଷ୍ଠାନ ତରଫରୁ ସମ୍ବର୍ନ୍ଧିତ କରାଯାଇଥିଲା । ଶେଷରେ ଏସ୍.ନାଗେଶ୍ୱର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ଅଭିରାମ ପାତ୍ର, ଚିଂକୁ ପ୍ରତିନିଧି, ସୁଦୀପ ସାହୁ, ଉମା ଶଙ୍କର ପାଣିଗ୍ରାହୀ, ଟୁଇଁକଲ୍, ଶଙ୍କର ରଣା, ସତ୍ୟ ଚେତନ ପରିଡ଼ା, କାର୍ତ୍ତିକ ପାଣିଗ୍ରାହୀ, ଅସିତ ପଣ୍ଡା, ସୁର୍ଯ୍ୟନାରାୟଣ ପାତ୍ର, ମଧୁସ୍ମିତା ରଥ, କାହ୍ନୁ ରାଉତ, କେ.ରବିନ୍ଦ୍ର କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଠିତ ହେବ ।