
ଗୋଳନ୍ଥରା ଥାନା ଅନ୍ତର୍ଗତ ନିଷ୍ଟ ଶିକ୍ଷାନୁଷ୍ଠାନରେ ତିନିଦିନ ଧରି ଛାତ୍ର ଅଶାନ୍ତି ଲାଗି ରହିଛି । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । କଲେଜର ରେଜିଷ୍ଟାର୍ଙ୍କୁ ଦାୟିତ୍ୱରୁ ହଟାଇବା ପ୍ରତିବାଦରେ ଏପରି ଆନେ୍ଦାଳନ ଲାଗି ରହିଥିବା ଅଭିଯୋଗ ହୋଇଛି । ତେବେ ଏ ଦିଗରେ ବିଭାଗୀୟ ନିର୍ଦେଶକ ଦୃଷ୍ଟି ନଦେବା ସହ ସମସ୍ୟାର ସମାଧାନ ନ କରିବା ଫଳରେ ଏପରି ଛାତ୍ର ଅଶାନ୍ତି ଦେଖାଦେଇଛି । ଗୋଳନ୍ଥରା ଥାନା ପୋଲିସ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମୂତୟନ ରହିଥିବା ଜଣାପଡ଼ିଛି ।






