Home Breaking ଚିଲିକାରେ ଭାରସାମ୍ୟ ହରାଇ ଓଲଟି ଲା ହସ୍ତଚାଳିତ ଡଙ୍ଗା, ପାଣିରେ ବୁଡ଼ିଯାଇଥିବା ଯାତ୍ରିଙ୍କୁ ଉଦ୍ଧାର କଲା...

ଚିଲିକାରେ ଭାରସାମ୍ୟ ହରାଇ ଓଲଟି ଲା ହସ୍ତଚାଳିତ ଡଙ୍ଗା, ପାଣିରେ ବୁଡ଼ିଯାଇଥିବା ଯାତ୍ରିଙ୍କୁ ଉଦ୍ଧାର କଲା ଅନ୍ୟ ଏକ ଡଙ୍ଗା, ୨ଜଣ ଗୁରୁତ୍ତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର, ୩ଜଣ ଗିରଫ ।

YouTube video

ରବିବାର ସଂଧ୍ୟା ସମୟରେ ଚିଲିକାରେ ଏକ ହସ୍ତଚାଳିତ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଏଥିରେ ଥିବା ଯାତ୍ରୀମାନେ ପାଣିରେ ବୁଡ଼ିଯାଇଥିଲେ । ତେବେ ନିକଟରେ ଥିବା ଅନ୍ୟ ଏକ ଡଙ୍ଗା ଦ୍ୱାରା ତୁରନ୍ତ ଏହି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୨ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କୁ ବାଲୁଗାଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବାବେଳେ ୩ଜଣଙ୍କୁ ଭୂବନେଶ୍ୱର ସ୍ଥାନାନ୍ତର କରାଯାଇଛି । ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ,ଚନ୍ଦ୍ରାପଟୁ ଓ ଆଂକୁଲୀ ଗ୍ରାମର ୪୦ରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ କାଳିଯାଇଙ୍କ ପୀଠକୁ ଦର୍ଶନ ଓ ବଣଭୋଜି ପାଇଁ ଯାଇଥିଲେ । ସେଠାରୁ ଭୋଜି ସାରି ସଂଧ୍ୟାରେ ୩ଟି ଡଙ୍ଗାରେ ପୃଥକ୍ ପୃଥକ୍ ଭାବେ ଫେରୁଥିବାବେଳେ ଗୋଟିଏ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଏପରି ଅଘଟଣ ଘଟିଥିଲା । ଏହି ଘଟଣାରେ ଡଙ୍ଗା ଚାଳକ ଓ ତାଙ୍କ ସହଯୋଗୀ ଏପାି ୩ଜଣଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି । ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯାତ୍ରୀ ବାସନ୍ତୀ ଭୂଜବଳ ଏବଂ ରୀନା ଜାଲିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥିବା ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ ସୁଚନା ଦେଇଛନ୍ତି ।