Home Entertainment ମହାନଗର ମହୋତ୍ସବର ପଞ୍ଚମ ସନ୍ଧ୍ୟା। ମନ ମୋହିଲା ଭାରତ ନାଟ୍ୟମ ଓ କଥପ ନୃତ୍ୟ

ମହାନଗର ମହୋତ୍ସବର ପଞ୍ଚମ ସନ୍ଧ୍ୟା। ମନ ମୋହିଲା ଭାରତ ନାଟ୍ୟମ ଓ କଥପ ନୃତ୍ୟ

ବ୍ରହ୍ମପୁର: ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଚାଲିଥିବା ୭ମ ମହାନଗର ମହୋତ୍ସବ ପଞ୍ଚମ ଦିନରେ ପହଁଚିଛି । ଏହି ମହୋତ୍ସବ। ମହୋତ୍ସବ ର ପଞ୍ଚମ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ବେହେରା ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ରେଶମ ସହର ପୁସ୍ତକ ମେଳା ସଭାପତି ଗୋପାଳ କୃଷ୍ଣ ଡାକୁଆଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାକାର୍ଯ୍ୟ ରେ ମହାନଗର ମହୋତ୍ସବ ର ସମ୍ପାଦକ ଗୋପାଳ ପଟ୍ଟନାୟକ ସଂଯୋଜନା କରିଥିଲେ।ସମ୍ମାନିତ ଅତିଥି ଭାବେ ଏମକେସିଜି ସର୍ଜରି ବିଭାଗ ଏଚଓଡି ଡ଼.ଚରଣ ପଣ୍ଡା, ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା, ମହୋତ୍ସବ ସଭାପତି ନାରାୟଣ ମହାଙ୍କୁଡ,ପୂର୍ବତନ କର୍ପରେଟର ତଥା ସମାଜସେବୀ ଆର. ମୁରଲୀ ମୋହନ ,ବରିଷ୍ଠ ଅଧିବ୍ୟକ୍ତା ନିର୍ମଳ ସାହୁ, ବରିଷ୍ଠ ସାମ୍ବାଦିକ ଦେବହରି ବେହେରା,ସୁଦୀପ ସାହୁ, ବିଜେଡି ନେତା ଜଗନ୍ନାଥ ସାବତ, ବିଶ୍ୱନାଥ ପ୍ରଧାନ,ଯୁଗ୍ମ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ। ପରିଶେଷରେ କୋଷଧକ୍ଷ ପ୍ରଣୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ମହୋତ୍ସବ ମଞ୍ଚରେ ସମାଜସେବୀକା ଆର.ପାୱନୀ ପଶ୍ଚିମବଙ୍ଗ ରୁ ଆସିଥିବା ଭାରତ ନାଟ୍ୟମ ନୃତ୍ୟଶିଳ୍ପୀ ଙ୍କୁ ସମ୍ମାନିତ କରିଥିଲେ। ପରେ ଆୟୋଜିତ ହୋଇଥିଲା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ।

ମହୋତ୍ସବ ପଞ୍ଚମ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ଭାରତ ନାଟ୍ୟମ, ଓ କଥପ ନୃତ୍ୟ। ପଶ୍ଚିମବଙ୍ଗରୁ ଆସିଥିବା ରତ୍ନାଦତ୍ତା ଓ ସାଥି କଳାକାର ମାନଙ୍କ ଏହି ନୃତ୍ୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା।