
ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ମା ତାରାତାରିଣୀଙ୍କର ବିଭିନ୍ନ ଉନ୍ନୟନ ମୂଳକକାର୍ଯ୍ୟ କୁ ଆଜି ସମୀକ୍ଷା କରିଥିଲେ ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିୟାନ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ସମସ୍ତ କାର୍ଯ୍ୟକୁ ତୁରନ୍ତ ସାରିବା ପାଇଁ ସେ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମା ଙ୍କୁ ଦର୍ଶନ କରି ହିଞ୍ଜିଳି ଅଭିମୁଖେ ଗସ୍ତ କରିଥିଲେ ।ଏହି ସମୀକ୍ଷାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ପ୍ରକଳ୍ପ ନିର୍ଦ୍ଦେଶକ ସିଦାର୍ଥ ଶଙ୍କର ସ୍ବାଇଁ ଙ୍କ ସମେତ ବିଭିନ୍ନ ଲାଇନ ଡିପାମେଣ୍ଟର ଅଧିକାରୀ ମାନେ ଉପସ୍ଥିତ ଥିଲେ l












