Home Entertainment ମହାନଗର ମହୋତ୍ସବର ତୃତୀୟ ସନ୍ଧ୍ୟା ବ୍ରହ୍ମପୁରର କଣ୍ଠ ଶିଳ୍ପୀଙ୍କ ଦ୍ୱାରା ଟ୍ରାକ ମେଲୋଡି କାର୍ଯ୍ୟକ୍ରମ...

ମହାନଗର ମହୋତ୍ସବର ତୃତୀୟ ସନ୍ଧ୍ୟା ବ୍ରହ୍ମପୁରର କଣ୍ଠ ଶିଳ୍ପୀଙ୍କ ଦ୍ୱାରା ଟ୍ରାକ ମେଲୋଡି କାର୍ଯ୍ୟକ୍ରମ ।

ବ୍ରହ୍ମପୁର: ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଚାଲିଥିବା ୭ମ ମହାନଗର ମହୋତ୍ସବ ତୃତୀୟ ଦିନରେ ପହଁଚିଛି। ଆସନ୍ତା ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ। ମହୋତ୍ସବ ର ତୃତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଭିଜିଲାନ୍ସ ଅତିରିକ୍ତ ଏସପି ଶାନ୍ତନୁ କୁମାର ପାଢୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିବା ସହ ଗଞ୍ଜାମ ଜିଲ୍ଲାରେ କଳା ଓ କଳାକାର ଙ୍କ ଅଭାବ ନଥିବା ବେଳେ ସେମାନଙ୍କୁ ପରିଚୟ ଓ ପ୍ରୋତ୍ସାହନ ପାଇଁ ଏଭଳି ମୋହତ୍ସବ ର ଆବଶ୍ୟକତା ରହିଥିବା ମତ ରଖିଥିଲେ। ମହୋତ୍ସବର ସଭାପତି ନାରାୟଣ ମହାଙ୍କୁଡ଼ ଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାକର୍ଯ୍ୟ ରେ ସମ୍ପାଦକ ଗୋପାଳ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ କୋଷଧକ୍ଷ ପ୍ରଣୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଡିଏ ଅଧକ୍ଷ ସୁବାସ ମହାରଣା,ବରିଷ୍ଠ ଆଇନଜୀବୀ ସୁଧାଂଶୁ ପଣ୍ଡା , ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା,ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇ,ମଧୁମେୟ ବିଶେଷଜ୍ଞ ଡ଼.ସୁନୀଲ କୋଟା,ମହୋତ୍ସବ ର ଉପଦେଷ୍ଟା ମନୋଜ କାନ୍ତ ଦାସ,ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ, ସୁରଜିତ କୁମାର ପଣ୍ଡା,ଗୌରାଙ୍ଗ ଚୌଧୁରୀ,ଶାନ୍ତନୁ କୁମାର ରଣା , ସନତ ପଣ୍ଡା,ଯୁଗ୍ମ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ,ଶିକ୍ଷାବିତ ପ୍ରଶାନ୍ତ ଦାସ ,ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ଜିବିବିଏସଏ ର ସଭାପତି ଆନନ୍ଦ ମହାଙ୍କୁଡ଼,ସମ୍ପାଦକ ଦୁର୍ଗା ଚନ୍ଦ୍ର ଶତପଥୀ, ପରିଚାଳନା ସମ୍ପାଦକ ଏସ. ଧର୍ମା ଆଚାରି, ଜୁନିୟର ମିଷ୍ଟର ଇଣ୍ଡିଆ ବିଜେତା କିଶୋର ଚନ୍ଦ୍ର ବିଷୋୟୀ, ସିନିୟର ମିଷ୍ଟର ଇଣ୍ଡିଆ ବିଜେତା ଉଦୟ ମଲ୍ଲିକ, ଇଣ୍ଟର ନ୍ୟାସନାଲ ଡାଇମଣ୍ଡ କପ ବିଜେତା ଆତିଶ ମାଲୋ ଙ୍କୁ ମହୋତ୍ସବ ଖୋଲା ମଂଚ ରେ ସମ୍ମାନିତ କରାଯାଇଥିଲା । ପରେ ଆୟୋଜିତ ହୋଇଥିଲା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ। ମହୋତ୍ସବ ର ତୃତୀୟ ସଂଧ୍ୟା ରେ ବ୍ରହ୍ମପୁର ନୁପୁର ଅନୁଷ୍ଠାନ ଦ୍ୱାରା ଓଡିଶୀ ନୃତ୍ୟ, ବ୍ରହ୍ମପୁର କଳାଞ୍ଜଳି ଆର୍ଟିଷ୍ଟ ତରଫରୁ ଆଧୁନିକ ନୃତ୍ୟ, ତ୍ରିପୁରା ସ୍ମୃତି କଳାକେନ୍ଦ୍ର ମାନଙ୍କ ଦ୍ୱାରା ପୁରାତନ ଗୀତ ଆଧାରରେ ଆଧୁନିକ ନୃତ୍ୟ, ଏସଏଭି ସ୍କୁଲ ପକ୍ଷରୁ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ , ବ୍ରହ୍ମପୁର ସୋସିଏଲ ଫିଟନେସ ଗ୍ରୁପ ତରଫରୁ ମହିଳା ମାନଙ୍କ ଦ୍ୱାରା ହେଲଥ ଆଣ୍ଡ ଫିଟନେସ ସୋ , ଓ ବ୍ରହ୍ମପୁରର କଣ୍ଠ ଶିଳ୍ପୀଙ୍କ ଦ୍ୱାରା ଟ୍ରାକ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଏହି ମହୋତ୍ସବ କୁ ପ୍ରଶାନ୍ତ ଦାସ, ଅଭିରାମ ପାତ୍ର, ଚିଙ୍କୁ ପ୍ରତିନିଧି, ଶଙ୍କର ରଣା, ମିହିର ତ୍ରିପାଠୀ, ,ସୂର୍ଯ୍ୟ ନାରାୟଣ ଦାସ,ସୁଦୀପ ସାହୁ, କାର୍ତ୍ତିକ ପାଣିଗ୍ରାହୀ, ସରୋଜ କୁମାର ମହାନ୍ତି,ରଞ୍ଜିତ କୁମାର ନନ୍ଦ,କେ.ରବୀନ୍ଦ୍ର କୁମାର ଦାସ, ମିଡିଆ ସେଲ ସଂଯୋଜକ ଅସିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲ