Home Entertainment ମହାନଗର ମହୋତ୍ସବ ପ୍ରଦର୍ଶନୀ ମେଳା ଉଦଘାଟିତ। ଜ୍ୟୋତିଙ୍କ ଧାମାକାଦର ଡ୍ୟାନ୍ସ, ଦର୍ଶକଙ୍କୁ ହସାଇଲେ ବ୍ଲାକ ରବି।

ମହାନଗର ମହୋତ୍ସବ ପ୍ରଦର୍ଶନୀ ମେଳା ଉଦଘାଟିତ। ଜ୍ୟୋତିଙ୍କ ଧାମାକାଦର ଡ୍ୟାନ୍ସ, ଦର୍ଶକଙ୍କୁ ହସାଇଲେ ବ୍ଲାକ ରବି।

ବ୍ରହ୍ମପୁର ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଚାଲିଥିବା ୭ମ ମହାନଗର ମହୋତ୍ସବର ମହୋତ୍ସବ ପ୍ରଦର୍ଶନୀ ମେଳା ଉଦ୍ଘାଟିତ ହୋଇଯାଇଛି। ଆସନ୍ତା ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ। ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନ ସଭାର ବାଚସ୍ପତି ତଥା ମହୋତ୍ସବ ର ମୁଖ୍ୟ ଉପଦେଷ୍ଟା ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ପୂର୍ବତନ ସାଂସଦ ତଥା ସିନେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ଓୟୁଜେ ଗଞ୍ଜାମ ଜିଲ୍ଲା ସଭାପତି ପ୍ରକାଶ ପାଣିଗ୍ରାହୀ, ମହୋତ୍ସବ କମିଟି ସଭାପତି ନାରାୟଣ ମହାଙ୍କୁଡ, ସମ୍ପାଦକ ଗୋପାଳ ପଟ୍ଟନାୟକ, ଉପଦେଷ୍ଟା ମୋନଜ କାନ୍ତ ଦାସ, କୋଷଧକ୍ଷ ପ୍ରଣୟ ପଣ୍ଡା ,ପାଇକାରୀ ଭଣ୍ଡାର ସଭାପତି ସୁଧୀର ରାଉତ,ପ୍ରମୁଖ ମଞ୍ଚାସିନ ଥିଲେ।ପ୍ରଥମେ ଓଡିଶୀ ସଂଗୀତ ପରିଷଦର କଣ୍ଠଶିଳ୍ପୀ ଙ୍କ ଦ୍ଵାରା ପ୍ରାରମ୍ବୀକ ସଙ୍ଗୀତ ଗାନ କରାଯାଇଥିଲା।ଭାଷା ସାହିତ୍ୟ, କଳା ସଂସ୍କୃତି ସମନ୍ୱୟ ରେ ଏ ମହାନଗର ମହୋତ୍ସବରେ ଆଞ୍ଚଳିକ ପ୍ରତିଭାଙ୍କୁ ଉଜ୍ଜୀବିତ କରିବା ପାଇଁ ଲଗାତାର ତାର ୭ମ ବର୍ଷ ରେ ସଫଳତା ର ଚୁଟିର ଅପେକ୍ଷାରେ । ଲୁଚି ଯାଉଥିବା କଳା, ସଂସ୍କୃତି ଓ ପ୍ରତିଭା ମାନଙ୍କୁ ସୁଯୋଗ ଦେବା ସହ ସେମାନଙ୍କ କଳା କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଏହି ମହୋତ୍ସବ ର ମୂଳ ଲକ୍ଷ୍ୟ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ। ଦ୍ଵିତୀୟ ଦିନରେ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ସଭାରେ ସଂଯୋଜନା କରିଥିବା ବେଳେ ଯୁଗ୍ମ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ।