Home Our Berhampur ଗଂଜାମ ଜିଲ୍ଲା ସାମ୍ବାଦିକ ୟୁନିୟନ ତରଫରୁ ସାମାଜିକ ଗଣ ମାଧ୍ୟମର ଉତ୍ତରଦାୟିତ୍ୱ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ...

ଗଂଜାମ ଜିଲ୍ଲା ସାମ୍ବାଦିକ ୟୁନିୟନ ତରଫରୁ ସାମାଜିକ ଗଣ ମାଧ୍ୟମର ଉତ୍ତରଦାୟିତ୍ୱ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ।

YouTube video

ଇଂଜିନିୟରିଂସ୍କୁଲ ଛକ ନିକଟସ୍ଥ ରାଜସ୍ୱ ଡାକ ବଂଗଳା ସମ୍ମିଳନୀ କକ୍ଷରେ ମଂଗଳବାର ଗଂଜାମ ଜିଲ୍ଲା ସାମ୍ବାଦିକ ୟୁନିୟନ ତରଫରୁ ସାମାଜିକ ଗଣ ମାଧ୍ୟମର ଉତ୍ତରଦାୟିତ୍ୱ ଶୀର୍ଷକ ଏକ ଆଲୋଚନାଚକ୍ର ଗଂଜାମ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି, ରାଜନିତି ବିଜ୍ଞାନ ବିଭାଗୀୟ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଜିଲ୍ଲା ବିଜେପି ସଭାପତି ବିଭୂତି ଜେନା, ବାମପନ୍ଥି ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ସାମାଜିକ ଗଣ ମାଧ୍ୟମର ଉତ୍ତର ଦାୟିତ୍ୱ ନେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ସାମ୍ବାଦିକ ସୁଦୀପ କୁମାର ସାହୁ ସାମ୍ବାଦିକଙ୍କ ବିଷୟ ନେଇ ଏକ ସଂଗୀତ ଗାନ କରିଥିଲେ । ଏଥିରେ ବରିଷ୍ଠ ସାମ୍ବାଦିକ ଚନ୍ଦ୍ର ରାଓ ପଟନାୟକ, ଅମ୍ବିକା ପ୍ରସାଦ ଦାସ, ଶିବ ଦାସ, ଅଜିତ କୁମାର ସାହୁ, ଏ ରାଜାରାଓଙ୍କ ସମେତ ବହୁ ଗଣ ମାଧ୍ୟମ ବ୍ୟକ୍ତିତ୍ୱ ଓ ଅନ୍ୟାନ୍ୟ ଅନୁଷ୍ଠାନ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ଶଦାଶିବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।