ବ୍ରହ୍ମପୁର ସିଟି ସେଣ୍ଟର ଚିନ୍ମୟ ମିଶନ ଶାଖା ତରଫରୁ ଚିନ୍ମୟ ଗୀତା ଜ୍ଞାନୋତ୍ସବ ଓ ବୃହତ୍ତ ନୈତିକ ଯୁବ ଶିକ୍ଷା ସମ୍ମିଳନୀ ଉଦ୍ଘାଟିନ କଲେ ମହାମହିମ ରାଜ୍ୟପାଳ ।

YouTube video

ଗୋସାଇଁନୁଆଗାଁ କେସି ହାଇସ୍କୁଲ ଖେଳ ପଡ଼ିଆରେ ମଂଗଳବାରଠାରୁ ବ୍ରହ୍ମପୁର ସିଟି ସେଣ୍ଟର ଚିନ୍ମୟ ମିଶନ ଶାଖା ତରଫରୁ ଚିନ୍ମୟ ଗୀତା ଜ୍ଞାନୋତ୍ସବ ଓ ବୃହତ୍ତ ନୈତିକ ଯୁବ ଶିକ୍ଷା ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଉଦ୍ଘାଟକରୂପେ ରାଜ୍ୟପାଳ ପ୍ରଫେସର ଡକ୍ଟର ଗଣେଷୀଲାଲ ଯୋଗଦେଇ ଏହି ଗୀତା ଜ୍ଞାନୋତ୍ସବର ଶୁଭାରମ୍ଭ କରିବା ସହ ଗୀତାର ଆବଶ୍ୟକତା ନେଇ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥିଭାବେ ପୁରୀ ଗଜପତି ମହାରାଜ ଶ୍ରୀ ଦୀବ୍ୟ ସିଂହ ଦେବ, ଚିନ୍ମୟ ମିଶନ ରାଂଚିର ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ମହାରାଜ ଏବଂ ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ । ସଂଧ୍ୟାରେ ଚିନ୍ମୟ ମିଶନ ଦିଲ୍ଲୀ ନଏଡା ସେଣ୍ଟର୍ର ପୂଜ୍ୟ ସ୍ୱାମୀ ଚିଦ୍ ରୁପାନନ୍ଦ ସରସ୍ୱତୀ ମହାରାଜ ଏଠାରେ ମୁଖ୍ୟ ପ୍ରବକ୍ତାଭାବେ ଯୋଗଦେଇ ଶ୍ରୀମଦ୍ ଭାଗବତ ଗୀତାର ପଂଚମ ଅଧ୍ୟୟ କର୍ମ ସନ୍ୟାସ ଯୋଗ ନେଇ ଆଲୋକପାତ କରିଥିଲେ । ଚିନ୍ମୟ ମିଶନ ବ୍ରହ୍ମପୁରର ସ୍ୱାମୀ ସଦାଶିବାନନ୍ଦ ସରସ୍ୱତୀ ମହାରାଜ ପ୍ରତ୍ୟହ ପ୍ରାତଃ ସମୟରେ ମନିଷା ପଂଚକମ୍ ସଂଦର୍ଭରେ ତତ୍ୱ ବାଖ୍ୟା ପ୍ରଦାନ କରୁଛନ୍ତି । ଏହି ସମ୍ମିଳନୀର ୮ଟି ପର୍ଯ୍ୟାୟରେ ପୂଜ୍ୟ ସ୍ୱାମୀ ଚିଦ୍ରୂପାନନ୍ଦ ସରସ୍ୱତୀ ମହାରାଜଙ୍କ ସମେତ ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଅନୁକୁଳାନନ୍ଦ ସରସ୍ୱତୀ ମହାରାଜ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରତିଦିନ ସଂଧ୍ୟା ସାଢେ଼ ୬ଟାରୁ ସାଢେ଼ ୮ଟା ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାବେଳେ ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ମନିଷା ପଂଚକମ୍ ତତ୍ୱ ବ୍ୟାଖ୍ୟା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେହିପରି ନୈତିକ ଯୁବଶିକ୍ଷା ସମ୍ମିଳନୀ ସକାଳ ୧୦ଟାରୁ ୧୧ଟା ୪୫ ଏବଂ ଅପରାହ୍ନ ୨ଟାରୁ ୩ଟା ୪୫ ପର୍ଯ୍ୟନ୍ତ ଆୟୋଜନ କରାଯାଉଥିବା ଏଠାରେ ଚିନ୍ମୟ ମିଶନ ପକ୍ଷରୁ ସୁଚନା ଦିଆଯାଇଥିଲା ।