Home Education ଅକ୍ସଫୋର୍ଡ ପବ୍ଲିକ୍ ସ୍କୁଲର ଏକାଦଶତମ ବାର୍ଷିକ ଉତ୍ସବରେ ଯୋଗଦେଲେ ମହାମହିମ ରାଜ୍ୟପାଳ, ଛାତ୍ରଛାତ୍ରୀଙ୍କୁ ଆଜିର...

ଅକ୍ସଫୋର୍ଡ ପବ୍ଲିକ୍ ସ୍କୁଲର ଏକାଦଶତମ ବାର୍ଷିକ ଉତ୍ସବରେ ଯୋଗଦେଲେ ମହାମହିମ ରାଜ୍ୟପାଳ, ଛାତ୍ରଛାତ୍ରୀଙ୍କୁ ଆଜିର ଯୁଗରେ ଶିକ୍ଷାର ଆବଶ୍ୟକତା ନେଇ ପରାମର୍ଶ

YouTube video

ଲାଂଜିପଲ୍ଲୀ ବାଇପାସ ନିକଟସ୍ଥ ଶ୍ରୀ ଗୁରୁଜୀ ବିହାରଠାରେ ଥିବା ଅକ୍ସଫୋର୍ଡ ପବ୍ଲିକ୍ ସ୍କୁଲର ଏକାଦଶତମ ବାର୍ଷିକ ଉତ୍ସବ ମଂଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିରୂପେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଯୋଗଦେଇ ଉତ୍ସବର ଶୁଭାରମ୍ଭ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଆଜିର ଯୁଗରେ ଶିକ୍ଷାର ଆବଶ୍ୟକତା ନେଇ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ, ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଭାଗ ସଂଘ ଚାଳକ ଡକ୍ଟର ପ୍ରଭାକର ସାହୁ, ସୁପ୍ରିମ କୋର୍ଟର ଆଇନଜୀବୀ ଡକ୍ଟର କେଦାରନାଥ ତ୍ରିପାଠୀ ଓ ମୁଖ୍ୟବକ୍ତାଭାବେ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ଯଶୋବନ୍ତ ଦାସ ପ୍ରମୁଖ ଯୋଗଦେଇଥିଲେ । ସଭାପତି ଡକ୍ଟର ପ୍ରମୋଦ ଅଗ୍ରୱାଲ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ଅଧ୍ୟକ୍ଷ ଇଂ.ଅଶୋକ କୁମାର ପାଳ ଓ ପ୍ରଶାସକ ରମାକାନ୍ତ ରଥଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ । ରଶ୍ମିତା ମିଶ୍ର, ଗୌରୀ ରାଣୀ ପଣ୍ଡା, ରିତାରାଣୀ ସାହୁ, ମମତା ଅଧିକାରୀ, ସସ୍ମିତା ପାଣିଗ୍ରାହୀ, ଏମ୍.ଶ୍ରୀଲତା, ଚାନ୍ଦିନୀ ମହାପାତ୍ର, ପି.ସରିତା, ସ୍ନେହାରାଣୀ ପଣ୍ଡା, ରୋଜାଲିନ୍, ରବି, ମମତା ଅଧିକାରୀ, ସୁଧାରାଣୀ ପାଣିଗ୍ରାହୀ, ସୁନନ୍ଦା ଲେଙ୍କା, ସରିତା ସାବତ, ସୁଚିସ୍ମିତା, ଧରିତ୍ରୀ, ମିନାକ୍ଷୀ, ସଂଧ୍ୟାରାଣୀ ତ୍ରିପାଠୀ, ମୌସୁମୀ, ପୁଷ୍ପାଂଜଳୀ, ରଶ୍ମି, ସବିତା, ସାଗରିକା, ପଦ୍ମା, ବେବିନା, ରୁନାଲଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ରାଜ୍ୟପାଳ ସୁବାସ ଚନ୍ଦ୍ର ବୋଷଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ।