
ବ୍ରହ୍ମପୁର ଖଲ୍ଳିକୋଟ କଲେଜ ଖେଳପଡିଆରେ ପରିସରରେ ରବିବାର ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ୭୧ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜାତୀୟ ଦିବସ ପାଳନ କମିଟି ସଭାପତି ତଥା ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟ ଅତିଥିରୂପେ ଦକ୍ଷିଣାଂଚଳ ରାଜସ୍ୱ ଆୟୁକ୍ତ ଟି.ଆଓ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସେ ଏଠାରେ ନିଜ ବକ୍ତବ୍ୟରେ ସାଧାରଣତନ୍ତ୍ର ଦିବସ ପାଳନର ତାପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଦେଶପ୍ରେମ ପ୍ରତି ଜାଗୃତ ହେବାକୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ଓ ଏଏସପି ପ୍ରଭାତ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ । ଆର୍.ଆଇ ଦିଲ୍ଲୀପ କୁମାର ବେହେରାଙ୍କ ନେତୃତ୍ୱରେ ପ୍ୟାରେଡ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମେୟା, ଲୋକନାଥ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏଠାରେ ବିଭିନ୍ନ ପ୍ୟାରେଡ ଓ ଶାରିରୀକ କ୍ରୀଡ଼ା ପ୍ରଦର୍ଶନରେ କୃତୀତ୍ୱ ଅର୍ଜନ କରିଥିବା ଦଳକୁ ପୁରସ୍କୃତ କରାଯାଇଥିଲା ।






