ପୂର୍ବତନ ଵ୍ରହ୍ମପୁର ଲୋକସଭା ସାଂସଦ ତଥା ପାରଲା ମହାରାଜା ଗୋପୀନାଥ ଗଜପତି ଦେଓ ଙ୍କ ଭୁବନେଶ୍ୱର ରେ ପରଲୋକ ।

ପୂର୍ବତନ ଵ୍ରହ୍ମପୁର ଲୋକସଭା ସାଂସଦ ତଥା ପାରଲା ମହାରାଜା ଗୋପୀନାଥ ଗଜପତି ଦେଓ ଙ୍କ ଆଜି ଭୁବନେଶ୍ୱର ରେ ପରଲୋକ ଘଟିବା ପରେ ତାଙ୍କ ମର ଶରୀରକୁ ପାରଳାଖେମୁଣ୍ଡି ରାଜା ପ୍ରସାଦ କୁ ନିଆଯାଉଛି । ଏହି ଅବସରରେ ଵ୍ରହ୍ମପୁର ବିଧାୟକ ତଥା ଯୁବ ନେତା ବିକ୍ରମ କୁମାର ପଣ୍ଡା ଵ୍ରହ୍ମପୁର ଲାଞ୍ଜିପାଲି ଜାତୀୟ ରାଜପଥ ନିକଟରେ ତାଙ୍କ ସହକର୍ମୀ ଏବଂ ଅନ୍ୟାନ୍ୟ ନେତାଙ୍କ ସହ ଶେଷ ଦର୍ଶନ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।