
ବିଭିନ୍ନ ଦାବୀ ନେଇ ଜିଲ୍ଲା ଶିକ୍ଷଧିକାରୀ ଙ୍କ ଅଫିସ ଘେରିଲେ ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଙ୍ଘ । 1995 ମସିହା ଠାରୁ ସମସ୍ତ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ମଧ୍ୟାନ୍ନ ଭୋଜନ କାର୍ଯ୍ୟକ୍ରମ ଚାଲୁରହିଥିବା ବେଳେ ଏହି କାର୍ଯ୍ୟକୁ ସଫଳ କରିବାରେ ପାଚିକାମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ ରହିଛି। ତେବେ କେନ୍ଦ୍ର ଓ ରାଜ୍ୟ ସରକାର ପାଚିକା ମାନଙ୍କୁ ସର୍ଵନିମ୍ନ ସୁବିଧା ଯୋଗାଇ ଦେଇନାହାନ୍ତି। ସରକାରଙ୍କ ଦ୍ୱାରା ଘୋଷିତ ମାସିକ 2000 ଟଙ୍କା ପ୍ରତ୍ୟେକ ମାସରେ ପ୍ରଦାନ କରିବା, ପାଚିକା ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା ସହ ମାସକୁ ସର୍ବନିମ୍ନ ମଜୁରୀ 21000 ଟଙ୍କା ପ୍ରଦାନ କରିବା, ଇପିଏଫ ପେନସନ ବ୍ୟବସ୍ଥା ଲାଗୁ କରିବା, ବର୍ଷକୁ ଦୁଇ ହଳ ଶାଢୀ ପ୍ରଦାନ କରିବା, ଚୁଟି ପ୍ରଦାନ କରିବା ସହ ଛୋଟେଇ କରିବା ବନ୍ଦ କରିବା, ପାଚିକା ମାନଙ୍କୁ ବୀମାଯୁକ୍ତ କରିବା ସହିତ ଦୁର୍ଘଟଣା ଜନିତ କ୍ଷତି ପୁରନ ଯୋଗାଇ ଦେବା ଦାବିରେ ପାଚିକା ସଙ୍ଘ ପକ୍ଷରୁ ଜିଲ୍ଲା ଶିକ୍ଷଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ସଙ୍ଘର ଜିଲ୍ଲାସଭାପତି କାର୍ତ୍ତିକ ମହାନ୍ତିଙ୍କ ନେତୃତ୍ୱରେ ବହୁସଦସ୍ୟ ମାନେ ଯୋଗଦେଇ କମାପଲି ଛକଠାରୁ ଏକ ବିରାଟ ପଟୁଆରରେ ବାହାରି ଜିଲ୍ଲା ଶିକ୍ଷାଧୀକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ।ରାଜ୍ୟ ସଭାପତି ବିଷ୍ଣୁ ଦାସ, ଲିଲି ପାତ୍ର, ସସ୍ମିତା ସାହୁ, ଗୀତାଞ୍ଜଳି ଦାସ, ରାଜେଶ୍ୱରୀ ପ୍ରଧାନ, ସୋମନାଥ ବେହେରାଙ୍କ ସମେତ ବହୁ ସଦସ୍ୟ ବିକ୍ଷୋଭରେ ଭାଗ ନେଇଥିଲେ।ଏହିଅବସରରେ ଦାବୀ ପତ୍ର ଜିଲ୍ଲା ଶିକ୍ଷଧିକାରୀଙ୍କୁ ପ୍ରଦାନ କରାଯାଇଛି।









