
ଵ୍ରହ୍ମପୁର ଜିଲ୍ଲା ଗୃହରକ୍ଷୀ ବାହିନୀ ପକ୍ଷରୁ 57ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ଆମ୍ବପୁଆ ସ୍ଥତ ରିଜର୍ଭ ପୋଲିସ ପଡ଼ିଆ ଠାରେ ପାଳିତ ହୋଇଯାଇଛି। ଵ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଦକ୍ଷିଣାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ସତ୍ୟବ୍ରତ ଭୋଇ ଯୋଗ ଦେଇ ଵ୍ରହ୍ମପୁର ପୋଲିସ ଜିଲ୍ଲାରେ ସୁରକ୍ଷା, ଟ୍ରାଫିକ କାର୍ଯ୍ୟରେ ଗୃହରକ୍ଷୀ ମାନଙ୍କ ଭୂମିକା ସର୍ବାଧିକ ବୋଲି କହିଥିଲେ। ଏହିଅବସରରେ ଗୃହରକ୍ଷୀ ବାହିନୀ ଦ୍ୱାରା ପ୍ୟାରେଡ଼ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ କାର୍ଯ୍ୟରେ ଭଲ ପ୍ରଦଶନ କରିଥିବା ଗୃହରକ୍ଷୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।









