
65ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଭରୋଉତ୍ତୋଲନ ପ୍ରତିଯୋଗିତା 2019 ଵ୍ରହ୍ମପୁର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କ୍ରୀଡ଼ା ପ୍ରଶିକ୍ଷକ ଭାଗିରଥି ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଯୋଗିତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ଯୋଗ ଦେଇ କ୍ରୀଡ଼ାକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଭାତୀ ମହାପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ ସାହୁ, ଜିଡ଼ିଏଏ ସାଧାରଣ ସମ୍ପାଦକ ଅଶୋକ ସାହୁ,ଷ୍ଟାଡିୟମ ଅଧିକାରୀ କାଜଲ ସାହୁ, କନ୍ଧମାଳ ଜିଲ୍ଲା କ୍ରୀଡ଼ା ପ୍ରଶିକ୍ଷକ କୈଳାଶ ପ୍ରଧାନ, ଦୀନବନ୍ଧୁ ପାତ୍ର, ବରିଷ୍ଠ କ୍ରୀଡ଼ା ଶିକ୍ଷକ ସୀତା ପାଣିଗ୍ରାହୀ, ସୀତା ଜେନା ପ୍ରମୁଖ ଯୋଗ ଦେଇଥିଲେ। ଏହି ଭରୋଉତ୍ତୋଲନ ପ୍ରତିଯୋଗିତାରେ ଗଞ୍ଜାମ, ଗଜପତି, ମାଲକାନଗିରି, ଭୁବନେଶ୍ୱର, ଢେ଼ଙ୍କାନାଳ ଆଦି ଜିଲାରୁ 59 ଜଣ ବାଳକ, ବାଳିକା ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ କ୍ରୀଡ଼ା ଶିକ୍ଷକ କେଦାରନାଥ ଚୌଧୁରୀ ପରିଚାଳନା କରିଥିଲେ।









