
ଦେଶରେ ବର୍ତ୍ତମାନ ଚାଷ ଓ ଚାଷୀ ଗଭୀର ସଙ୍କଟ ରେ ଗତି କରୁଥିବା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି କୁ ବିରୋଧ କରି କୃଷକ ସଭା ପକ୍ଷରୁ ଧାରଣା ଦିଆ ଯାଇଥିଲା।ସରକାରୀ ନିୟମ ପ୍ରକାରେ ଧାନ ମଣ୍ଡି ଖୋଲିବା, ଭାଗଚାଷୀ ଙ୍କ ଠାରୁ ଧାନ କ୍ରୟ କରିବା, ଧାନ ବିକ୍ରି ଅର୍ଥ ଶୀଘ୍ର ଚାଷୀ ଙ୍କୁ ପ୍ରଦାନ କରିବା, କୃଷକ ମାନକୁ ରୁଣ ମୁକ୍ତ କରିବା, 60 ବର୍ଷରୁ ଉର୍ଦ୍ଧ ଚାଷୀଙ୍କୁ ମାସିକ 5000 ଟଙ୍କା ପେନସନ ପ୍ରଦାନ କରିବା, ସମୀନାଥନ କମିଶନ ସୁପାରିଶ କ୍ରାମରେ କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ପ୍ରଦାନ କରିବା,ଜଙ୍ଗଲ ଅଧିକାର ଆଇନ ଅନୁସାରେ ଚାଷୀଙ୍କୁ ବାସଗୃହ, ଜମି ଯୋଗାଈ ଦେବା,କାଳିଆ ଯୋଜନାରେ ସମସ୍ତ ଚାଷୀଙ୍କୁ ଟଙ୍କା ପ୍ରଦାନ କରିବା ଆଦି ଦାବୀରେ ଧାରଣା ଦିଆଯାଇଥିଲା। ଏହି ଅବସର ଓଡ଼ିଶା କୃଷକ ସଭାର ରାଜ୍ୟ ଉପସଭାପତି ଜଗନ୍ନାଥ ମିଶ୍ର, କମୁନିଷ୍ଟ ନେତା କୈଳାଶ ଷଡ଼ଙ୍ଗୀ, ବସନ୍ତ ନନ୍ଦ, ଯୁଧିଷ୍ଠିର ବେହେରା, ପି.ହରୀକୃଷ୍ଣ ରେଡ଼ି, ବାବୁଲା ନାହାକଙ୍କ ସମେତ ବହୁ କୃଷକ ନେତା ଏବଂ କର୍ମକର୍ତା ଧାରଣା ଭାଗ ନେଇଥିଲେ।









