
ହାଇଦ୍ରାବାଦରେ ହୋଇଥିବା ଗଣ ଦୁଷ୍କର୍ମ ହତ୍ୟା ଘଟଣାର ପ୍ରତିବାଦ ରେ ଅଲଇଣ୍ଡିଆ ଡ଼ିଏସଓ ପକ୍ଷରୁ ଖୋଲିକୋଟ ସ୍ୱଂୟଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶା,ପଶ୍ଚିମବଙ୍ଗ,ତାମିଲନାଡୁ, ଗୁଜୁରାଟ ସମେତ ଦେଶର ବିଭିନ୍ନ ରାଜ୍ୟରେ ଗଣଦୁଷ୍କର୍ମ ବଢ଼ିବାରେ ଲାଗିଛି।ଦେଶରେ ଅପରାଧ,ଅଶ୍ଳୀଳତା,ନଗ୍ନତା, ନିଶା କାରବାର ବଢିବାରେ ଲାଗିଛି ।ନିଶା ସେବନ ଦ୍ୱାର ଯୁବପିଢ଼ି ନଷ୍ଟ ହେବାରେ ଲାଗିଲାଣି, ତେଣୁ କଠୋର ଆଇନ ପ୍ରଣୟନ କରିବା ସହ ହାଇଦ୍ରାବାଦ ପଶୁ ଚିକିତ୍ସଙ୍କ ହତ୍ୟା ଘଟଣାରେ ସପୃକ୍ତ ଅପରାଧି ମାନଙ୍କୁ ଫାଶୀ ପ୍ରଦାନ କରିବା ପାଇଁ ଡି ଏସ ଓ ପକ୍ଷରୁ ଦାବୀ ହୋଇଛି।ଏହିଅବସରରେ ରାଜ୍ୟ ଉପସଭାପତି ସୋମନାଥ ବେହେରା, ଜ଼ୀଲ୍ଲା ସଭାପତି ଶିବାନୀ ଶଙ୍କର ମିଶ୍ର,ସମ୍ପାଦକ ନିମାଇ ଚରଣ ସାହୁ, ତିରୁପତି ଦୋରା, ଉଦ୍ଧବ ମହାକୁଡ଼ଙ୍କ ସମେତ ବହୁ କର୍ମୀଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।









