ବ୍ରହ୍ମପୁରରେ କରୋନା କଟକଣା ପାଇଁ ଦୋକାନ ଖୋଲିବା ସମୟ ପରିବର୍ତ୍ତନ, ଅତ୍ୟାବଶ୍ୟକୀୟ ସାମଗ୍ରୀ ସକାଳ ୭ଟାରୁ ସଂଧ୍ୟା ୭ଟା ଓ ଅନ୍ୟାନ୍ୟ ଅପରାହ୍ନ ଗୋଟାଏରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲିବ ।

ବ୍ରହ୍ମପୁରରେ କରୋନା କଟକଣା ପାଇଁ ଦୋକାନ ଖୋଲିବା ସମୟ ପରିବର୍ତ୍ତନ କରାଯାଇଛି । ଗଂଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଜନଗହଳିକୁ ଦୃଷ୍ଟିରେ ରଖି ଏପରି ସମୟ ପରିବର୍ତ୍ତନ କରାଯାଇଥିବା ମହାନଗର ନିଗମ ପକ୍ଷରୁ ସୁଚନା ଦିଆଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଥିବାବେଳେ ଅନ୍ୟାନ୍ୟ ସାମଗ୍ରୀ ଅପରାହ୍ନ ଗୋଟାଏରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲାଯିବା ପାଇଁ ନିର୍ଦେଶ ଦିଆଯାଇଛି । ଅଣ ଅତ୍ୟାବଶ୍ୟକୀୟ ଦୋକାନ ଭିତରେ ଉପହାର ଦୋକାନ, ଲୁଗା, ସୁନାଗହଣା, ଇଣ୍ଟରନେଟ କେଫ, ମୋବାଇଲ୍, ଜେରକ୍ସ, ବହି, ମନୋହରୀ, ଫଟୋ ଷ୍ଟୁଡିଓ,ଲ୍ୟାବ, ଟେଲର, ଇଲେକ୍ଟେ୍ରାନିକ୍ସ ସୋରୂମ ଯେଉଁଥିରେ କି ସ୍ପେୟାର ପାର୍ଟସ ବିକ୍ରି ହେଉନଥିବ, ସେହିପରି ମୋବାଇଲ୍ ସୋରୂମ, ୨ଚକିଆ, ୪ ଚକିଆ ଗାଡ଼ି କିଣାବିକା, ଘରକରଣା ସାମଗ୍ରୀ, ସିଂଗଲ ବ୍ରାଣ୍ଡ ଏବଂ ମଲ୍ଟି ବ୍ରାଣ୍ଡ ସୋରୂମ, ମାର୍କେଟ କଂପ୍ଲେକ୍ସ ଏବଂ ମଲ୍ ଦିନ ଗୋଟାଏରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ବିଏମ୍ସି ବିଜ୍ଞପ୍ତି ପ୍ରକାଶ କରିଛି । ପ୍ରତ୍ୟେକ ଦୋକାନୀ ମାକ୍ସକୁ ଗୁରୁତ୍ୱ ଦେବା ସହ ସମଦୁରତା ଅବଲମ୍ବନ କରିବାପାଇଁ କୁହାଯାଇଛି । ବର୍ତ୍ତମାନ ଗଂଜାମ ଜିଲ୍ଲା ରେଡ ଜୋନ୍ରେ ରହିଥିବାବେଳେ ପୋଲିସ ତରଫରୁ ମଧ୍ୟ ଜନସାଧାରଣଙ୍କୁ ସଚେତନ କରାଯିବା ସହ ପ୍ରତିଦିନ ଯାଂଚ କରାଯାଉଛି ।