କୋଭିଦ ହସ୍ପିଟାଲ୍ରେ ଚିକିତ୍ସିତ ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ, ଗଂଜାମରେ ଗୋଟିଏ ଦିନରେ ୫୨ଜଣ ପଜିଟିଭ ଚିହ୍ନଟ, ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୨୧୦ରେ ପଂହଂଚିଲା ।

YouTube video

ଗଂଜାମ ଜିଲ୍ଲାରେ ପ୍ରତିଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବୁଧବାର ଟାଟା କୋଭିଦ ହସ୍ପିଟାଲ୍ରେ ଚିକିତ୍ସିତ ହୋଇଥିବା ୨ଜଣ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି । ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଏହି ଅବସରରେ ଉପସ୍ଥିତ ରହି ସୁସ୍ଥ ହୋଇଥିବା ୨ ପଜିଟିଭଙ୍କୁ ଶୁଭେଛା ଜଣାଇଥିଲେ । ସେହିପରି ହସ୍ପିଟାଲ୍ରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ମଧ୍ୟ ଜିଲ୍ଲାପାଳ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି । ପୁଣିଥରେ ଗଂଜାମ ଜିଲ୍ଲାରେ ୫୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୫୩୮ ରହିଛି । ଗଂଜାମରେ କରୋନା ପଜିଟିଭ ସଂଖ୍ୟା ୨୧୦ରେ ପହଂଚିଛି । ଗଂଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଏଥିପାଇଁ ଜନସାଧାରଣ ଅଧିକ ସଚେତନ ହେବା ଜରୁରୀ ହୋଇ ପଡ଼ିଛି । ସାଧାରଣତଃ ପ୍ରବାସୀ ଓଡ଼ିଆଙ୍କ କ୍ଷେତ୍ରରେ ଏପରି କରୋନା ପଜିଟିଭ ସଂଖ୍ୟା ଦେଖାଦେଉଥିବା ଯୋଗୁଁ କେହିହେଲେ ସଂଗରୋଧ କେନ୍ଦ୍ର ନିକଟକୁ ନ ଯିବାପାଇଁ ଜିଲ୍ଲାପାଳ କୁଲାଂଗେ ପରାମର୍ଶ ଦେବା ସହ ସମସ୍ତେ ସମଦୁରତା ଅବଲମ୍ବନ କରି ମାକ୍ସ ପରିଧାନ କରିବା ଉଚିତ ବୋଲି ସେ କହିଛନ୍ତି ।