
କରୋନା ଯୋଦ୍ଧାଭାବେ ଗଜପତି ଜିଲ୍ଲା ଏସ୍ପି ସାରା ଶର୍ମା ପାରଳାଖେମୁଣ୍ଡି ଅଂଚଳରେ ଅଂଚଳବାସୀଙ୍କ ତରଫରୁ ସମ୍ମାନୀତ ହୋଇଛନ୍ତି । ଏହି ଜିଲ୍ଲାରେ ଯେପରି କରୋନାର ପ୍ରଭାବ ନପଡେ଼ ସେଥିପାଇଁ ଏସ୍ପି ଶର୍ମା ଅହୋରାତ୍ର ନିଜ ପୋଲିସ କର୍ମଚାରୀମାନଙ୍କୁ ନେଇ ଉଦ୍ୟମ ଜାରି ରଖିଛନ୍ତି । ସେ ଜନସାଧାରଣଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରିବା ସହ ମାକ୍ସ ବଣ୍ଟନ ମଧ୍ୟ କରୁଛନ୍ତି । ବହୁ ଆଦିବାସୀ ପୁରୁଷ ଓ ମହିଳାଙ୍କୁ ମଧ୍ୟ ସେ ସଚେତନ କରିଛନ୍ତି । ଏପରି କରୋନା ଯୋଦ୍ଧାଭାବେ ଗଜପତି ଏସ୍ପି ଶର୍ମା କାର୍ଯ୍ୟ ନିର୍ବାହ କରି ଆସୁଥିବା ଯୋଗୁଁ ତାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟମହାରଣା ବାଲିରେ ଏସ୍ପିଙ୍କ ଏକ କଳାକୃତୀ ମାଧ୍ୟମରେ କୃତଜ୍ଞତା ଜଣାଇଛନ୍ତି । ଦେଶ ଓ ଜିଲ୍ଲାପାଇଁ ସେ ଏପରି କାର୍ଯ୍ୟ କରି ଆସୁଥିବା ଯୋଗୁଁ ଗଜପତି ଜିଲ୍ଲାବାସୀ ତାଙ୍କୁ ସହଯୋଗ ଜାରି ରଖିବାକୁ ବାଲୁକା ଶିଳ୍ପୀ ମହାରଣା କହିଛନ୍ତି ।






