ବ୍ରହ୍ମପୁରରେ ଲକ୍ ଡାଉନ କଟକଣା ଜାରି. ବହୁ ଅମାନିଆ କଟକଣା ଖିଲାପ କରୁଥିବା ପରିଲକ୍ଷିତ, ବିଭିନ୍ନ ଛକରେ ପୋଲିସ ପକ୍ଷରୁ ଯାଂଚ ସହ ଜରିମାନା ଆଦାୟ ।

YouTube video

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ କଟକଣା ଜାରି ରହିଛି । ଗଂଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଏହି ଜିଲ୍ଲା ରେଡ ଜୋନ୍ରେ ପରିଣତ ହୋଇଛି । ୧୭ ତାରିଖରେ ଲକ୍ ଡାଉନ ବୃଦ୍ଧି ହେବ କି ନାହିଁ ସେଥିନେଇ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାକୁ ଦୃଷ୍ଟିରେ ରଖି ବହୁ ମୁଖ୍ୟମନ୍ତ୍ରୀ ଲକ୍ ଡାଉନ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି । ବ୍ରହ୍ମପୁରରେ ଲକ୍ ଡାଉନ କଟକଣା ଜାରି ହୋଇଥିଲେ ମଧ୍ୟ ବହୁ ଅମାନିଆ କଟକଣା ଖିଲାପ କରୁଥିବା ପରିଲକ୍ଷିତ ହୋଇଛି । ଫଳରେ ପ୍ରତିଦିନ ବିଭିନ୍ନ ଛକରେ ପୋଲିସ ପକ୍ଷରୁ ଯାଂଚ କରାଯାଇ ଜରିମାନା ଆଦାୟ କରାଯାଉଛି । ବହୁ ଯାତ୍ରୀ ହେଲ୍ମେଟ ଓ ମାକ୍ସ ପରିଧାନ କରୁନଥିବାବେଳେ ମୋଟର ସାଇକେଲ୍ରେ ୨ଜଣ ଯାତ୍ରୀ ଯାତାୟତ କରୁଥିବା ଯୋଗୁଁ ଏପରି ଜରିମାନା ଆଦାୟ କରାଯାଉଛି । କରୋନା ମହାମାରୀରୁ ରକ୍ଷା ପାଇବାକୁ ହେଲେ ବିନା କାରଣରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ଗହଳି ସ୍ଥାନକୁ ନ ଯିବା ସହ ସମଦୁରତା ଅବଲମ୍ବନ କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।