ଗଂଜାମ ଜିଲ୍ଲାରେ ପ୍ରତିଦିନ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତ ସଂଖ୍ୟା, ଜିଲ୍ଲାରେ ୧୫୭ଜଣ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ୪୩୭ଜଣ କରୋନା ଆକ୍ରାନ୍ତ ।

YouTube video

ଗଂଜାମ ଜିଲ୍ଲାରେ ମଂଗଳବାର ପୁଣି ଥରେ ୩ଜଣ କରୋନା ପଜିଟିଭଭାବେ ଚିହ୍ନଟ ହୋଇଛନ୍ତି । ଫଳରେ ଗଂଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୧୫୭ଜଣ ହୋଇଥିବାବେଳେ ରାଜ୍ୟରେ ୪୩୭ଜଣ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୫ଜଣ ସୁସ୍ଥ ହୋଇଥିବାବେଳେ ୩୪୯ଜଣ ସକ୍ରିୟ ଓ ୩ଜଣ ମୃତ୍ୟୁ ବରଣ କରିଛନ୍ତି । ବିଶେଷ କରି ସୁରାଟ ଓ କେରଳରୁ ଆସିଥିବା ପ୍ରବାସୀ ଓଡ଼ିଆଙ୍କ ସମେତ ପଶ୍ଚିମ ବଂଗରୁ ଆସିଥିବା ଓଡ଼ିଆଙ୍କ କ୍ଷେତ୍ରରେ ଏପରି କରୋନା ପଜିଟିଭ ଚିହ୍ନଟ ହେଉଛି । ଗଂଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି ।