ଗେଟବଜାର ପଂଚାନନ ନଗରରେ ମହିଳାଙ୍କ ସଂଦେହଜନକ ମୃତ୍ୟୁ, ପୋଲିସ ତଦନ୍ତ ଓ ବ୍ୟବଛେଦ ରିପୋଟ ପରେ ଜଣାପଡ଼ିବ ସଠିକ ତଥ୍ୟ ।

YouTube video

ବ୍ରହ୍ମପୁର ଗେଟବଜାର ପଂଚାନନ ନଗରରେ ଜନୈକା ମହିଳାଙ୍କ ସଂଦେହଜନକ ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ନାମ ରଶ୍ମୀ ମେହେର ବୋଲି ଜଣାପଡ଼ିଛି । ସେ ନିଜ ବାସଭବନରେ ନିଜର ୨ଟି ସନ୍ତାନଙ୍କୁ ଧରି ଶୋଇଥିବାବେଳେ ସକାଳୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଥିଲା । ଏ ନେଇ ତାଙ୍କ ସମ୍ପର୍କୀୟମାନେ ଖବର ପାଇବାପରେ ପୋଲିସ ପହଂଚି ଏହାର ତଦନ୍ତ କରିଥିଲା । ସଦରଥାନା ପୋଲିସ ଓ ଏସ୍ଡିପିଓଙ୍କ ସମେତ ଟାଉନଥାନା ଓ ବୈଦ୍ୟନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ । ଏହା ଏକ ହତ୍ୟାକାଣ୍ଡ ବୋଲି କୁହାଯାଉଥିବାବେଳେ ପୋଲିସ ତଦନ୍ତ ସହ ବ୍ୟବଛେଦ ପରେ ସଠିକ ତଥ୍ୟ ଜଣାପଡ଼ିବ ବୋଲି କୁହାଯାଇଛି ।