
ଗଂଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବହୁ ଜନସାଧାରଣ ଓ ବ୍ୟବସାୟୀ ସମଦୁରତା ରକ୍ଷା କରୁନଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗକ୍ରମେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଅନ୍ଧପସରାରୋଡ଼ସ୍ଥିତ ପାଇକାରୀ ଆମ୍ବବଜାରକୁ ବନ୍ଦ କରି ଦିଆଯାଇଛି । ଏଠାରେ ପ୍ରତିଦିନ ବାହାର ରାଜ୍ୟରୁ ବହୁ ଆମ୍ବ ଟ୍ରକ୍ ଯୋଗେ ଆସୁଥିବାବେଳେ ବହୁ ଜନସାଧାରଣ ଓ ବ୍ୟବସାୟୀ ଅନୁରୁପ ଆମ୍ବ କିଣିବାକୁ ଆସୁଛନ୍ତି । ତେବେ ବଜାରରେ ଭୀଡ଼ ଅଧିକ ହେବା ସହ ଏଠାରେ କରୋନା କଟକଣା ନିୟମ ପାଳନ କରାଯାଉନଥିବା ଅଭିଯୋଗକ୍ରମେ ବଜାରକୁ ସିଲ୍ କରି ଦିଆଯାଇଥିବା କୁହାଯାଇଛି ।






