
ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆମାନେ ଲାଂଜିପଲ୍ଲୀ ଢିପ ସାହି ନିକଟସ୍ଥ ଗୁରୁକୁଳ ଶିକ୍ଷାନୁଷ୍ଠାନ ଓ ପୁରୁଣା ବ୍ରହ୍ମପୁର ସ୍କୁଲରେ ସଂଗରୋଧରେ ରହିବା ବ୍ୟବସ୍ଥାକୁଶନିବାର ରାତ୍ର ସମୟରେ ଅଂଚଳବାସୀଙ୍କ ତରଫରୁ ତୀବ୍ର ବିରୋଧ କରାଯାଇଥିଲା । ଦୀର୍ଘ ସମୟ ଧରି ବହୁ ଅଂଚଳବାସୀ ଏଠାରେ ସଂଗରୋଧ ଗୃହ କରାନଯିବାକୁ ଏକଜୁଟ ହୋଇଥିଲେ । ପରେ ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଂଚି ବୁଝାସୁଝା କରିଥିଲେ । ତେବେ ଉଭୟ ଶିକ୍ଷାନୁଷ୍ଠାନରେ କେହି ସଂଗରୋଧରେ ରହିନଥିବା ଜଣାପଡ଼ିଛି । ଯଦି ପରବର୍ତ୍ତି ସମୟରେ ଏଠାରେ କେନ୍ଦ୍ର କରାଯାଏ ତେବେ ଏହାର ତୀବ୍ର ବିରୋଧ କରାଯିବ ବୋଲି ବହୁ ଅଂଚଳବାସୀ ଚେତାବନୀ ଦେଇଛନ୍ତି । ଜନବିରୋଧକୁ ଦୃଷ୍ଟିରେ ରଖି ଗୁରୁକୁଳ ଶିକ୍ଷାନୁଷ୍ଠାନ ପକ୍ଷରୁ ଉପରିସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।






