କରୋନା ଯୋଦ୍ଧା ସେବିକାଙ୍କୁ ସଂଗରୋଧରେ ରଖିବାକୁ ସଠିକ୍ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ, ବଡ଼ ଡାକ୍ତରଖାନା ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ।

YouTube video

କରୋନା ଯୋଦ୍ଧାଭାବେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ କୋଭିଦ ହସ୍ପିଟାଲ୍ରେ କାର୍ଯ୍ୟରତ ସେବିକାମାନେ ସୋମବାର ସେମାନଙ୍କ ବିଭିନ୍ନ ଦାବିନେଇ ବଡ଼ ଡାକ୍ତରଖାନା ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଦାୟିତ୍ୱ ନିର୍ବାହ କରୁଥିବା ସେବିକାମାନଙ୍କୁ ସଂଗରୋଧରେ ସଠିକ୍ଭାବେ ରଖିବାପାଇଁ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ କରାଯାଇଥିଲା । ସେହିପରି ସେମାନଙ୍କୁ ସାବୁନ, ମାକ୍ସ ଓ ସାନିଟାଇଜର ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଥିଲା । ଖବର ପାଇ ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉ ସାହେବ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ସେବିକାମାନଙ୍କୁ ବୁଝାସୁଝା କରି ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରାଯିବା ପାଇଁ ପ୍ରତିଶୃତି ଦେବାପରେ ଏହି ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଅବସରରେ କୋଭିଦ ହସ୍ପିଟାଲ୍ ମୁଖ୍ୟ, ବଡ଼ ଡାକ୍ତରଖାନା ଅଧିକ୍ଷକ ଓ ମେଡ଼ିକାଲ୍ କଲେଜର ଅଧ୍ୟକ୍ଷ ଉପସ୍ଥିତ ଥିଲେ । କରୋନା ମହାମାରୀର ମୁକାବିଲା ପାଇଁ ସେବିକାମାନେ କାର୍ଯ୍ୟ କରି ଆସୁଥିବାବେଳେ ସେମାନଙ୍କ ପ୍ରତି ଦୃଷ୍ଟି ଦିଆନଯିବା ଫଳରେ ଏପରି ଆନେ୍ଦାଳନ ଦେଖାଦେଇଥିଲା ।