ଗଂଜାମ ଜିଲ୍ଲାରେ ପ୍ରତିଦିନ ବୃଦ୍ଧି ପାଉଛି କରୋନା ପଜିଟିଭ, ଜିଲ୍ଲାରେ ୧୩୭ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ୩୯୪ଜଣ କରୋନା ପଜିଟିଭ ଚିହ୍ନଟ ।

YouTube video

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି । ସୋମବାରସୁଦ୍ଧା ରାଜ୍ୟରେ ୩୯୪ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୮ଜଣ ସୁସ୍ଥ ହୋଇଛନ୍ତି, ୩୦୬ଜଣ ସକ୍ରିୟ ଓ ୩ଜଣଙ୍କ ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲାରେ ପଜିଟିଭ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଥିବାବେଳେ ସୋମବାର ୧୨ଜଣ ପଜିଟିଭ ଆକ୍ରାନ୍ତ ମିଶାଇ ଜିଲ୍ଲାରେ ମୋଟ ୧୩୭ଜଣ କରୋନା ପଜିଟିଭଭାବେ ଚିହ୍ନଟ ହୋଇଛନ୍ତି । ପ୍ରାୟତଃ ସୁରାଟ ଫେରନ୍ତା ପ୍ରବାସି ଓଡିଆଙ୍କ ଠାରେ କରୋନା ପଜିଟିଭ ବାହାରୁଛି । ଏପରି ପରିସ୍ଥିତିରେ ଗଂଜାମ ଜିଲ୍ଲାବାସୀ ଅଧିକ ସତର୍କ ହେବା ଜରୁରୀ ହୋଇପଡ଼ିଛି । ପ୍ରତି ବ୍ଲକ୍ ଅଂଚଳରେ ହୋଇଥିବା ସଂଗରୋଧ କେନ୍ଦ୍ର ନିକଟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ସମସ୍ତ କରୋନା ପଜିଟିଭ ଜିଲ୍ଳା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ କୋଭିଦ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ।