କରୋନା କଟକଣା ଆନ୍ଧ୍ର ପ୍ରଦେଶ ଯିବାକୁ ଅଡ଼ି ବସି ରାସ୍ତା ଉପରେ ଧାରଣା ଦେଲେ କୃଷି ବିଭାଗରେ ଅଧ୍ୟୟନରତ ଛାତ୍ରଛାତ୍ରୀ, ପ୍ରଶାସନର ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ।

YouTube video

କରୋନା କଟକଣା ଯୋଗୁଁ ବ୍ରହ୍ମପୁର ହରିଡ଼ାଖଣ୍ଡି ଛକ ନିକଟରେ କୃଷି ବିଭାଗରେ ଅଧ୍ୟୟନରତ ବହୁ ଛାତ୍ରଛାତ୍ରୀ ନିଜ ଗ୍ରାମ ଆନ୍ଧ୍ର ପ୍ରଦେଶ ଯିବାକୁ ଅଡ଼ି ବସିଛନ୍ତି । ଏହାକୁ ନେଇ ଶନିବାର ହରିଡ଼ାଖଣ୍ଡି ଛକ ନିକଟରେ ଛାତ୍ରଛାତ୍ରୀମାନେ ପ୍ରତିବାଦ ସ୍ୱରୁପ ରାସ୍ତା ଉପରେ ଧାରଣାରେ ବସି ରହିଥିଲେ । ଦୀର୍ଘଦିନ ଧରି ଏଠାରେ ରହିବା ଫଳରେ ଛାତ୍ରଛାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଯୋଗୁଁ ତୁରନ୍ତ ସେମାନଙ୍କୁ ନିଜ ରାଜ୍ୟ ଆନ୍ଧ୍ର ପ୍ରଦେଶକୁ ପଠାଇବାର ବ୍ୟବସ୍ଥା କରାଯାଉ ବୋଲି ଦାବି କରିଥିଲେ । ପରେ ଘଟଣାସ୍ଥଳରେ ବଡ଼ ବଜାର ଥାନା ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ପହଂଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥଲେ । ଏ ନେଇ ଉଚିତ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।