ଗଂଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଅହେତୁକଭାବେ ବୃଦ୍ଧି, ଗୋଟିଏ ଦିନରେ ୧୮ଜଣ ପଜିଟିଭ ଚିହ୍ନଟ, ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପଂହଚିଲା ।

YouTube video

ଶନିବାର ସୁଦ୍ଧା ରାଜ୍ୟରେ ସର୍ବମୋଟ ୨୯୪ଜଣ କରୋନା ପଜିଟିଭଭାବେ ଚିହ୍ନଟ ହୋଇଛନ୍ତି । ଶନିବାର ଗଂଜାମ ଜିଲ୍ଲାରେ ପୁଣି ୧୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗଂଜାମ ଜିଲ୍ଲାରେ ସର୍ବମୋଟ ୮୯ଜଣ ପଜିଟିଭ ହୋଇଛନ୍ତି । ଦିନକୁ ଦିନ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗଂଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଅହେତୁକଭାବେ ବୃଦ୍ଧି ପାଉଛି । ସାଧାରଣତଃ ପ୍ରବାସୀ ଓଡ଼ିଆଙ୍କ କ୍ଷେତ୍ରରେ ଏପରି ପଜିଟିଭ ଲକ୍ଷଣ ଦେଖାଦେଉଛି । ଗଂଜାମ ଜିଲ୍ଳାରେ ୮୯ଜଣ ପଜିଟିଭ ମଧ୍ୟରୁ ଜଣେ କେରଳ ଏବଂ ଅନ୍ୟ ସବୁ ସୁରାଟ ଫେରନ୍ତା ବୋଲି କୁହାଯାଇଛି । ଏହି କରୋନା ପଜିଟିଭ ସାଧାରଣତଃ ସଂଗରୋଧ କେନ୍ଦ୍ରରେ ରହୁଥିବା ଲୋକଙ୍କ ସ୍ୱାବ ପରୀକ୍ଷା ପରେ ଚିହ୍ନଟ ହୋଇଛି । ତେଣୁ ବ୍ରହ୍ମପୁରବାସୀ ଏଥିନେଇ ଭୟଭୀତ ନ ହେବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ପ୍ରକାଶ କରିଛନ୍ତି । ଏହି କରୋନା ପଜିଟିଭ ବର୍ତ୍ତମାନ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଦ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ।