
ଗଂଜାମ ଜିଲ୍ଲାରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଜନସାଧାରଣଙ୍କ ସଚେତନ ଜାରି ରହିଛି । ବର୍ତ୍ତମାନ ଗଂଜାମ ଜିଲ୍ଲା ରେଡ ଜୋନ୍ ଭାବେ ଘୋଷିତ ହୋଇଥିବା ଯୋଗୁଁ ରେଡ ଜୋନ କଟକଣା ଲାଗୁ ହୋଇଛି । ଏହାଯୋଗୁଁ ମୋଟର ସାଇକେଲ୍ରେ କେବଳ ଚାଳକ ଯାତାୟତ କରିପାରିବେ ବୋଲି ପୋଲିସ ପକ୍ଷରୁ ପ୍ରଚାର ଗାଡ଼ି ମାଧ୍ୟମରେ ବ୍ରହ୍ମପୁରରେ ଜନସଚେତନତା ସୃଷ୍ଟି କରାଯାଉଛି । ରେଡ ଜୋନ୍ ଯୋଗୁଁ ସେଲୁନ, ବ୍ୟୁଟି ପାର୍ଲର, ଚା, ପାନ, ଏବଂ ମଦ ଦୋକାନ ବନ୍ଦ ରହିବ ବୋଲି ପ୍ରଚାର ଗାଡ଼ି ମାଧ୍ୟମରେ କୁହାଯାଇଛି । ତେଣୁ ଜନସାଧାରଣ ନିଜେ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି । ବିନା କାରଣରେ ଘରୁ ନ ବାହାରି ଚଳ ପ୍ରଚଳ ନ କରିବାକୁ କୁହାଯାଇଛି । ସେହିପରି ପ୍ରତିଦିନ ବିଭିନ୍ନ ରାସ୍ତାରେ ପୋଲିସ ପକ୍ଷରୁ ଚେକିଂ କରାଯିବା ସହ ଜନସଚେତନତା କରାଯାଉଛି । ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ପରାମର୍ଶକ୍ରମେ ବିଭିନ୍ନ ଥାନା ପକ୍ଷରୁ କରୋନା ପାଇଁ ସଚେତନତା ଜାରି ରହିଛି ।






