ଗଂଜାମ ଜିଲ୍ଲା ଅରେଂଜ ଜୋନ୍ ଅନୁଯାୟୀ ଖୋଲୁଛି ଦୋକାନ ବଜାର, ବହୁ ଅମାନିଆ ପିନ୍ଦୁନାହାନ୍ତି ମାକ୍ସ ଓ ହେଲମେଟ, ପୋଲିସ ଯାଂଚ କଡାକଡ ।

YouTube video

ବ୍ରହ୍ମପୁର ମହାନଗରରେ ଲକ୍ ଡାଉନ କଟକଣା ଜାରି ରହିଛି । ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବ୍ରହ୍ମପୁରକୁ ଅରେଂଜ ଜୋନ୍ ଘୋଷଣା କରାଯାଇଥିବା ଯୋଗୁଁ ସେହି ଅନୁଯାୟୀ ଦୋକାନ ବଜାର ଖୋଲାଯିବା ସହ ଚଳାଚଳ ଜାରି ରହିଛି । ତେବେ ବହୁ ଅମାନିଆ କରୋନା କଟକଣାକୁ ନମାନି ମାକ୍ସ ପରିଧାନ କରୁନଥିବାବେଳେ ହେଲ୍ମେଟ ମଧ୍ୟ ପରିଧାନ କରୁନଥିବା ଲକ୍ଷ୍ୟ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଅନୁରୁପ ଯାଂଚ କରାଯାଉଛି । ଯାଂଚ ସମୟରେ କିଛି ଅମାନିଆ ପୋଲିସ ସହ ଯୁକ୍ତତର୍କ କରୁଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ପକ୍ଷରୁ ଆଇନ ଅନୁଯାୟୀ ଜନସାଧାରଣଙ୍କୁ ସଚେତନ କରାଯିବା ସହ ଜରିମାନା ଆଦାୟ କରାଯାଉଛି ।