ଫେରାରଥିବା ପ୍ରବାସୀ ଫେରିଲେ ସଂଗରୋଧ କେନ୍ଦ୍ର, ପୋଲିସ ଓ ଶିକ୍ଷକଙ୍କୁ ଦୁର୍ବ୍ୟବହାର କରିଥିବା ପ୍ରବାସୀ ଓଡ଼ିଆଙ୍କ ନାମରେ ୨ଟି ମାମଲା ରୁଜୁ ।

YouTube video

ବେଗୁନିଆପଡ଼ା ବ୍ଲକ୍ ଜନତା ହାଇସ୍କୁଲ ଓ ରାଗପୁର ସଂଗରୋଧ କେନ୍ଦ୍ରରୁ ଗତ ୩ ତାରିଖରେ ପୋଲିସ ଓ ଶିକ୍ଷକଙ୍କୁ ଦୁର୍ବ୍ୟବହାର କରି ଫେରାର ହୋଇଯାଇଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ୧୨ରୁ ଉଦ୍ଧ୍ୱ ଜଣଙ୍କ ନାମରେ ୨ଟି ମାମଲା ରୁଜୁ କରାଯାଇଛି । ଏଥିନେଇ ଗଂଜାମ ଏସ୍ପି ବ୍ରିଜେଶ କୁମାର ରାଏ ମଂଗଳବାର ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି । କୋଦଳା ତହସିଲଦାରଙ୍କ ଏତଲାକ୍ରମେ ଥାନାରେ ୨ଟି ମାମଲା ରୁଜୁ କରାଯାଇଛି । ତେବେ ଫେରାର ହୋଇଯାଇଥିବା ପ୍ରବାସୀଙ୍କୁ ସଂଗରୋଧ କେନ୍ଦ୍ରକୁ ଅଣାଯାଇଥିବା ସେ କହିଛନ୍ତି । କୌଣସି ପ୍ରବାସୀ ଓଡ଼ିଆ ଏପରି ବିଶୃଙ୍ଖଳା ସୃଷ୍ଟି କରନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ତେଣୁ ସମସ୍ତେ ପ୍ରଶାସନ ଓ ସରକାରଙ୍କ ନିୟମ ଅନୁଯାୟୀ ଶାନ୍ତି ଶୃଙ୍ଖଳାର ସହ ସଂଗରୋଧ କେନ୍ଦ୍ରରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।