ସୁରଥ ଫେରନ୍ତାଙ୍କ ସଂଗରୋଧ କେନ୍ଦ୍ରରେ ଗୋଷ୍ଟି ସଂଘର୍ଷ, ଥାଳି ଓ ଠେଂଗାରେ ଆକ୍ରମଣ, ୩ଜଣ ଆହତ, ପ୍ରଶାସନ ହସ୍ତକ୍ଷେପରେ ପରିସ୍ଥିତି ନିୟନ୍ତ୍ରଣ ।

YouTube video

ଜଗନ୍ନାଥପ୍ରସାଦ ଜାମ୍ମୁ ଗୋରଡ଼ାଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ସୁରଥ ଫେରନ୍ତା ମାନଙ୍କ ସଂଗରୋଧ କେନ୍ଦ୍ରଠାରେ ଗୋଷ୍ଟି ସଂଘର୍ଷ ଘଟି ୩ଜଣ ଆହତ ହୋଇଥିବା ଜଣାଯାଇଛି । ଥାଳି ଓ ଠେଂଗାରେ ଏପରି ଆକ୍ରମଣ ହେବା ଫଳରେ ୩ଜଣ ଆହତ ହୋଇ ଚିକିତ୍ସିତ ହୋଇଛନ୍ତି । ଜଗନ୍ନାଥ ପ୍ରସାଦ ଥାନା ପୋଲିସ ଅଧିକାରୀ ଯୁବରାଜ ସ୍ୱାଇଁ ଭଂଜନଗର ଉପଖଣ୍ଡ ପୋଲିସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ସେହିପରି ବିଡିଓ ସୁରେଶ ଚନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲଦାର ବୈରାଲ ମୂର୍ମୁ, ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ ଓ ଉପାଧ୍ୟକ୍ଷ ହିମାଂଶୁ ବାରିକ ଘଟଣା ସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ ।